Pratidin TV

Odisha's Digital News Platform

କାହାକୁ ବିବାହ କରିବେ କୁବୁଲ ହେ ଫେମ୍ ସୁର୍ଭି ଜ୍ୟୋତି ? ମାର୍ଚ୍ଚରେ ବିବାହ ନେଇ ଚାଲିଛି ଆଗୁଆ ପ୍ରସ୍ତୁତି….

1 min read

ମୁମ୍ବାଇ ; ଚର୍ଚ୍ଚିତ ଟିଭି ଶୋ କୁବୁଲ ହେ ଅଭିନେତ୍ରୀ ସୁରବି ଜ୍ୟୋତିଙ୍କ ବିବାହ ପ୍ରଶଂସକମାନଙଯକ ମନରେ ଉତ୍ସାହ ବଢାଇଦେଇଛି । ଏହି ଅଭିନେତ୍ରୀ ଜଣଙ୍କ ନିଜ ରିଲେଶନସିପ୍‌କୁ ଏଯାଏଁ ବ୍ୟକ୍ତିଗତ ରଖିଛନ୍ତି । ଯାହା ତାଙ୍କ ବିବାହ ଖବରକୁ ଆହୁରୀ କୌତୁହଳପୂଣ୍ର୍ଣ୍ର କରାଇଛି ।

ନୂଆବର୍ଷ ଆରମ୍ଭରେ ଆମୀର ଖାନଙ୍କ ଗେହ୍ଲି ଝିଅ ଇରା ଖାନ ବିବାହ କରିଥିବାବେଳେ ବର୍ତ୍ତମାନ ଜ୍ୟାକି ଭାଗନାନୀଙ୍କ ସହ ଅଭିନେତ୍ରୀ ରକୁଲପ୍ରୀତଙ୍କ ବିବାହ ବିବରଣୀ ପ୍ରକାଶ ପାଇଛି। କିନ୍ତୁ ବର୍ତ୍ତମାନ ପ୍ରଶଂସକଙ୍କ ପ୍ରିୟ ଜୋୟା ଅର୍ଥାତ୍ କୁବୁଲ୍ ହେ ଅଭିନେତ୍ରୀ ସୁରବି ଜ୍ୟୋତିଙ୍କ ବିବାହ ଖବର ସାମ୍ନାକୁ ଆସିଛି । ଯାହା ପ୍ରଶଂସକଙ୍କ ଉତ୍ସାହକୁ ଦୁଇଗୁଣିତ କରିଦେଇଛି । କାରଣ ୨୦୧୨ ମସିହାରେ ଜି ଟିଭିରେ ଆରମ୍ଭ ହୋଇଥିବା ଏହି ସିରିଏଲଟି ଲୋକଙ୍କ ମନରେ ଘର କରିନେଇଥିଲା । ଏଥିରେ ମୁଖ୍ୟ ଭୂମିକା ଜୋୟା ଫାରୁକିଙ୍କ ରୂପେ ଅଭିନୟ କରି ଦର୍ଶକଙ୍କ ମନ ଚୋରି କରିଥିଲେ ସୁରବି । ସେ ସମୟରେ ଡିମାଣ୍ଡିଙ୍ଗ୍ ଅଭିନେତ୍ରୀ ବନି ଦୀର୍ଘ ୯ ବର୍ହ ଯାଏ ଗୋଟେ ସିରିଏଲରେ କମା କରି ଖୁବ୍ ନା କମାଇଥିଲେ ଅଭିନେତ୍ରୀ । ପରେ ପରେ ସେ ଅନେକ ହିଟ୍ ସିରିଏଲ ସହ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସିଛନ୍ତି । ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ କେବେ ଏବଂ କାହାକୁ ବିବାହ କରିବାକୁ ଯାଉଛନ୍ତି ?

Advertisement

ବୟଫ୍ରେଣ୍ଡ ସୁମିତ ସୁରିଙ୍କ ସହ ସୁରବି ଜ୍ୟୋତି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଏକ ସୂତ୍ର କହିଛି, “ଏହା ଏକ ବଡ ବିବାହ ହେବ ଏବଂ ମାର୍ଚ୍ଚ ୬ କିମ୍ବା ୭ ରେ ସୁରବି ସୁମିତ ଙ୍କ କନିଆ ସାଜିବେ । ବିବାହ ପାଇଁ ସୁରବି ପ୍ରସ୍ତୁତି ଆରମ୍ଭ କରିଦେଇଥିବା ସୂଚନା ମିଳିଛି ।

ଏହା ପାରମ୍ପାରିକ ଉତ୍ତର ଭାରତୀୟ ସମାରୋହ ହେବ, ଯେଉଁଥିରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗଦେବେ । ତଥାପି ଅଭିନେତ୍ରୀ ଏହି ଖବରକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି କାରଣ ସେ ଆଜିକାଲି ଆମେରିକାରେ ଅଛନ୍ତି ।
ଦି ଟେଷ୍ଟ କେସ୍ ଏବଂ ହୋମ୍ ପରି OTT ଶୋ’ରେ କାମ କରିଥିବା ଅଭିନେତା ସୁରବୀ ସୁମିତ ସୁରିଙ୍କ ବିଷୟରେ ଜ୍ୟୋତିଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ କାମ କରିଛନ୍ତି। ଯେତେବେଳେ ରିପୋର୍ଟଗୁଡିକ ଦାବି କରେ ଯେ ସେବେଠାରୁ ଉଭୟ ଏକ ସଂପର୍କରେ ଥିଲେ । ତେବେ, ଯେତେବେଳେ ୨୦୧୮ ରେ ତାଙ୍କୁ ସୁରବିଙ୍କୁ ଡେଟିଂ କରିବାର ପ୍ରଶ୍ନ ପଚରାଯାଇଥିଲା, ସେମାନେ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇ ପରସ୍ପରକୁ ବନ୍ଧୁ ଭାବରେ ଟ୍ୟାଗ୍ କରିଥିଲେ।

Leave a Reply

Your email address will not be published. Required fields are marked *