Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ବଲିଉଡ୍ ଅଭନେତା ଆର ମାଧବନ

ଭୁବନେଶ୍ୱର : ନବୀନ ନିବାସ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜଣାଶୁଣା ବଲିଉଡ୍ ଅଭିନେତା ଆର ମାଧବନ ଓ ତାଙ୍କ ପରିବାର । ସୂଚନା ମୁତାବକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ମାଧବନଙ୍କ ପୁଅ ବେଦାନ୍ତ ମାଧବନ ଏକାଧିକ ଜାତୀୟ ରେକର୍ଡ ସହ ଭାରତୀୟ ସନ୍ତରଣରେ ନୂଆ ଭବିଷ୍ୟ ଭାବେ ପରିଗଣିତ ହୋଇଛନ୍ତି ।

ତେବେ ଏହାସହ ସେ ଅନେକ ପଦକ ଜିତି ମାଧବନଙ୍କୁ ଗୌରାବନିତ୍ୱ କରିଛନ୍ତି । ଏନେଇ ମାଧବନ କ୍ରୀଡାକ୍ଷେତ୍ରରେ ଓଡିଶାର ଅବଦାନକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଆତିଥ୍ୟକୁ ଗ୍ରହଣକରି ଟ୍ୱିଟ୍ ମାଧ୍ୟମରେ ପ୍ରଶଂସା କରି ଧନ୍ୟବାଦ ଜ୍ଞାପନ କରିଛନ୍ତି ମାଧବନ ।

Leave a Reply

Your email address will not be published. Required fields are marked *