ଆଜି ରାଜଧାନୀରେ ଏହି ୬ ଟି ସ୍ଥାନରେ ହେବ ରାବଣପୋଡି ..
1 min readଭୁବନେଶ୍ୱର ; ପବିତ୍ର ଦଶହରାରରେ ସାର ଦେଶ ପାଳନ କରେ ରାବଣ ପୋଡିକୁ । କୁହାଯାଏ ଏହି ଦିନ ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିଲା । ତେଣୁ ଆଜି ଦିନରେ ରାବଣର ପୁତଲା ବା ଷ୍ଟାଚୁକୁ ନିଆଁରେ ଦହନ କରାଯାଏ । ତେବେ ଆଜି ରାବଣ ପୋଡିକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ଏଥର ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳରେ ରାବଣ ପଡି ମନା । ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା ମଣ୍ଡପକୁ ଅନୁମତି ପ୍ରଦାନ କରିଛି ଅଗ୍ନିଶମ ବିଭାଗ । ଏନେଇ ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ ସୂଚନା ଦେଇଛନ୍ତି।
ରାବଣ ପୋଡି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ପ୍ରଦାନ କରାଯାଇଛି।ଅନ୍ୟପଟେ ରାବଣ ପୋଡି ହେଉଥିବା ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିବେ। ଜଣେ ଫାୟାର ଅଫିସରଙ୍କ ନେତୃତ୍ୱରେ ଏହି ଟିମ ରାବଣ ପୋଡି ମଣ୍ଡପ ନିକଟରେ ନିୟୋଜିତ ହେବ।
ସେପଟେ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ ।
ଲାଇସେନ୍ସପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ବାଣ କିଣାଯାଇଥିବ /ନିର୍ଦିଷ୍ଟ ଡେଶିବେଲ ଓ ବ୍ରାଣ୍ଡ ର ବାଣ ଫୁଟାଇବା ଅନୁମତି।
ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି ।
ମାନସିକ ଓ ହୃଦ୍ ରୋଗୀ , ବୟସ୍କ ଲୋକ ଙ୍କୁ ରାବଣ ପୋଡ଼ି ସ୍ଥାନକୁ ଯିବାକୁ ବାରଣ
ଛୋଟ ପିଲା ଙ୍କୁ ନ ଆଣିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା