Pratidin TV

Odisha's Digital News Platform

IND vs ENG ; ସରଫରାଜ୍ ଖାନଙ୍କୁ ଭୁଲ୍ ମାଗିଲେ ରବିନ୍ଦ୍ର ଜାଡେଜା , ରନ୍ ଆଉଟ ପାଇଁ ନିଜକୁ କଲେ ଦାୟୀ ।

1 min read

ନୂଆଦିଲ୍ଲୀ ; ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ସରଫରାଜ୍ ଖାନ ପ୍ରଥମ ଇନିଂସରେ ୬୨ ରନ୍ ର ବିସ୍ପୋରକ ଇନିଂସ ଖେଳିଥିଲେ । ଗୁରୁବାର ରାଜକୋଟ୍ ପଡିଆରେ ସେ ଭଲ ଫର୍ମରେ ଥିବା ପରି ମନେ ହେଉଥିଲା କିନ୍ତୁ ତାଙ୍କ ସହ ରବିନ୍ଦ୍ର ଜାଡେଜାଙ୍କର ଭୁଲ ବୁଝାମଣା ହେତୁ ସର ପାଭିଲିୟନ ଫେରି ଆସିଥିଲେ । ଯେଉଁ କାରଣ ପାଇଁ ଜାଡେଜା ଖୁବ୍ ନିରାଶ ହୋଇଥିଲେ । ପ୍ରଥମ ଦିନର ମ୍ୟାଚ୍ ଶେଷ ହେବା କ୍ଷଣୁ ରବିନ୍ଦ୍ର ଜାଡେଜା ଏନେଇ ସୋସିଆଲ ମିଡିଆରେ ସରଫରାଜ ଖାନଙ୍କୁ କ୍ଷମା ମାଗିଥିଲେ । ଏନେଇ କହିଥିଲେ ଯେ ସରଫରାଜ୍‌ଙ୍କ ରନ୍ ଆଉଟ୍ ପାଇଁ ସେ ଦାୟୀ । ତାଙ୍କ ପକ୍ଷରୁ ରନ ପାଇଁ ଡାକିବା ଭୁଲ ଥିଲା । ଏଥିପାଇଁ ଜାଡେଜା ନିଜକୁ ଦୋଷି ମନେକରି ସରଫରାଜ୍‌ଙ୍କୁ କ୍ଷମା ମାଗିଛନ୍ତି ।

ତେବେ ଜାଡେଜା ଗୁରୁବାର ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଶତକ ପୂରଣ କରି ୧୧୦ ରନ୍ କରି ଅପରାଜିତ ହୋଇଥିଲେ।
ସରଫରାଜ୍ ୬୨ ରନ୍ କରି ଖେଳୁଥିବା ବେଳେ ଜାଡେଜା ୯୯ ରନର ବ୍ୟକ୍ତିଗତ ସ୍କୋରରେ ଥିଲେ । ଜାଡେଜା ୧ ରନ ନେବା ଚକ୍କରରେ ସରଫରାଜଙ୍କୁ ଡାକିଥିଲେ , ମାତ୍ର ମଝିରେ ମନା କରି ଦେଇଥିଲେ । ଆଉ ସେତିକି ବେଳେ ସରଫରାଜଙ୍କ ପାଇଁ କ୍ରିଜରେ ପହଞ୍ଚିବାର ସମୟ ନଥିଲା । ମାର୍କ ଉଡ୍ ସିଧାସଳଖ ଥ୍ରୋ କରି ସରଫରାଜ୍‌ଙ୍କୁ ରନ୍ ଆଉଟ୍ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *