Pratidin TV

Odisha's Digital News Platform

ପୀଡିତାଙ୍କ ନାଁ କହି ଅଡୁଆରେ ରଚନା ବାନାର୍ଜୀ , ହାତ ଯୋଡି ସମସ୍ତଙ୍କୁ ମାଗିଲେ କ୍ଷମା ..

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଜଘନ୍ୟକାଣ୍ଡ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏଠାରେ ଜଣେ ମହିଳା ଡାକ୍ତରଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ କୁକର୍ମ କରାଯିବା ପରେ ହତ୍ୟା କରାଯାଇଛି। ଏହା ବିରୋଧରେ ପୂରା ଦେଶ ସ୍ୱର ଉଠାଇଛି। ତେବେ ଏହିଘଟଣାରେ କ୍ଷମା ମାଗିଛନ୍ତି ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ । କାରଣ କୁକୁର୍ମ ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ପରିଚୟ ପ୍ରକାଶ କରିଥିଲେ । ଯେଉଁ କାରଣ ପାଇଁ ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ କ୍ଷମା ମାଗିଛନ୍ତି ।  ନିକଟରେ ଏକ ସୋସିଆଲ ମିଡିଆ ଭିଡିଓ ପୋଷ୍ଟ କରି ଏହି ଘଟଣାକୁ ନିନ୍ଦା କରିଥିଲେ।

ଭିଡିଓ ଶେଷରେ ପୀଡିତାଙ୍କ ନାମ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି। କୋଲକାତା ହାଇକୋର୍ଟର ଆଡଭୋକେଟ ଶାୟନ ସଚିନ ବସୁଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗରେ ତୃଣମୂଳ ସାଂସଦଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ ବାନାର୍ଜୀ “ବେପରୁଆ” ଭାବେରେ ପୀଡିତାଙ୍କ ନାମକୁ ଏକାଧିକ ଥର ଉଲ୍ଲେଖ କରିଛନ୍ତି, ଯାହା ଦ୍ୱାରା ପୀଡିତା ଓ ପୀଡିତାଙ୍କ ପରିବାରକୁ ଆଘାତ ଲାଗିଛି। ତାଙ୍କ ପରିବାରର ସୁରକ୍ଷା ତଥା ସମ୍ମାନ ପ୍ରତି ଏହା ବିପଦ। ସେପଟେ ବାନାର୍ଜୀ ତାଙ୍କ ଭୁଲକୁ ସ୍ୱୀକାର କରି କ୍ଷମା ମାଗିଥିଲେ। ସେ କହିଛନ୍ତି ଯେ ସେ ଭିଡିଓ ଡିଲିଟ କରିଛନ୍ତି। ରଚନା  ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ସେ ହୃଦୟରୁ ଭାବପ୍ରବଣ ଭାବରେ କହୁଥିବା ବେଳେ ପୀଡିତାଙ୍କ ନାମ ଉଲ୍ଲେଖ କରିଛନ୍ତି।  ମୁଁ କହୁଥିବା ସମସ୍ତ ଶବ୍ଦ ମୋ ହୃଦୟରୁ ଆସିଥିଲା, ଏବଂ ଏହା ସ୍କ୍ରିପ୍ଟ ହୋଇନଥିଲା। ସ୍ୱାଭାବିକ ଭାବରେ, ଭାବନା ସହିତ ସେହି ନାମ ମୋ ମନକୁ ଆସିଲା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *