Pratidin TV

Odisha's Digital News Platform

ଆକ୍ସନ ମୋଡରେ ପୋଲିସ, ଦୀପାବଳି ପୂର୍ବରୁ ୧୦ଲକ୍ଷର ଜବତ ହେଲା ବାଣ.

ବ୍ରହ୍ମପୁର: ଜବତ ହେଲା ୧୦ ଲକ୍ଷ ଟଙ୍କାର ବେଆଇନ ବାଣ । ଏଥିସହ ୪ ଜଣଙ୍କୁ ଗିରଫ କରିଛି । ଦୀପାବଳିକୁ ଆଉ କିଛି ଦିନ ଥିବା ବେଳେ ତାପୂର୍ବରୁ ବ୍ରହ୍ମପୁର ସହରରେ ବେଆଇନ ବାଣ କାରବାର ବଢିବାରେ ଲାଗିଛି । ଏନେି ଜଣାପହିବା ପରେ ତôତପର ହୋଇ ଉଠିଥିଲେ ବ୍ରହ୍ମପୁରଏସପି । ତାଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁରରେ ଆରମ୍ଭ ହୋଇଛି ଜୋରଦାର ରେଡ୍ । ତେବେ ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳରେ ୪ଟି, ସଦର ଥାନା ଅଞ୍ଚଳରେ ଗୋଟିଓ ଓ ବୈଦ୍ୟନାଥପୁର ଥାନା ଅଞ୍ଚଳର ୨ଟି ସ୍ଥାନରେ ଏକାକକାଳୀନ ଚଢ଼ାଉ କରାଯାଇଥିଲା । ବିପପୂର୍ଣ୍ଣ ଭାବେ ଘର ଭିତରେ ଓ ଜନବସତି ଭିତରେ ବ୍ୟବସାୟୀ ଲୁଚାଇ ରଖିଥିଲେ ବିପୁଳ ପରିମାଣର ବାଣ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିବା ସହ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରିଛି । ଏମାନଙ୍କପାଖରେ ବାଣ ବ୍ୟବସାୟ କରିବାକୁ ଲାଇସେନ୍ସ ନାହିଁ । ଅଗ୍ନିଶମ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନଠାରୁ ଏମାନେ ଅନୁମତି ଆଣି ନଥିବା ପୋଲିସ ସ୍ପଷ୍ଟ କରିଛି । ଚଳିତ ବର୍ଷ ସହ ପୂର୍ବ ବର୍ଷ ଗୁଡ଼ିକରେ ବଂଚିତ ଥିବା ବାଣକୁ ବି ଜବତ କରାଯାଇଛି । ଏଠାରେ ବେଆଇନ ଭାବେ ବାଣ ବିକ୍ରି କମୁନଥିବାବେଳେ ବାରମ୍ବାର ଆକ୍ସନମୋଡକୁ ଆସୁଛି ପୋଲିସ ।

Leave a Reply

Your email address will not be published. Required fields are marked *