Pratidin TV

Odisha's Digital News Platform

ଅଭାବରେ ରେଡ଼ିଓ ମେକାନିକ୍ , ଆଧୁନିକ ଯନ୍ତ୍ରପାତି ଛଡାଇ ନେଲା ବୃତ୍ତି ।

ଯାଜପୁର ; ଚିନ୍ତା ବଢ଼ାଉଛି ଆଧୁନିକ ଯନ୍ତ୍ରପାତି, ଅଭାବ ରେ ଦିନ କାଟୁଛନ୍ତି ରେଡ଼ିଓ ମେକାନିକ । ଅସୁବିଧା ସତ୍ତ୍ୱେ ଜୀବିକା ଛାଡ଼ି ନାହାଁନ୍ତି ମେକାନିକ, ଯଦିଓ ଏହା କୌଳିକ ବୃତ୍ତି ନୁହେଁ ତଥାପି ଏହା ତାଙ୍କ ପାଇଁ ବଡ କାର୍ଯ୍ୟ ।
ଯାଜପୁର ରୋଡ ର ସର୍ବପୁରାତନ ଛକ ଭାବରେ ଜଣା ଶୁଣା ଗୋପବନ୍ଧୁ ଛକ, ସମୟ ଅନୁସାରେ ବଦଳିଛି ଏହି ଛକର ପରିବର୍ତ୍ତନ ଓ ଏଠାକାର ଦୋକାନ ।

ଜନ ଗହଳିର ଏହି ଭିଡ ଭିତରେ ଲୁଚି ରହିଥାଏ, ବହୂ ପୂରାତନ ସରକାରୀ ସିକୃତି ପ୍ରାପ୍ତ ରେଡିଓ ଦୋକାନ, ନାଁ ହେଉଛି ସରକାର ଇଲୋଟ୍ରୋନିକ୍ସ । ରବି ସରକାର କହିଲେ ଆପାତତଃ ସମସ୍ତେ ଜାଣନ୍ତି, ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସଭିଙ୍କ ଅତି ପରିଚିତ ନାଁ , ସମ୍ପୂର୍ଣ ନାମ ହେଉଛି ଅଜିତ୍ ସରକାର ।

ବୟସ ଆସି ୬୫ ଛୁଇଁଲାଣି, ନିଜ କର୍ମ ଅର୍ଥାତ ରେଡିଓ ମରାମତି କରିବାରେ ତାଙ୍କୁ ୫୦ ବର୍ଷ ହେଲାଣି, ଶରୀରର ପରିଣତ ଅଵସ୍ଥା ଚର୍ମ ଧୁଡ ଧୁଡ଼ ହୋଇ ଗଲାଣି, କିନ୍ତୁ ଧର୍ଯ୍ୟ ଅସୀମ, ନିଷ୍ଠାପର ତାଙ୍କ କର୍ମ । କାରଣ କେହି ଯଦି ଖରାପ ହୋଇଥିବା ରେଡିଓ ଟେ ନେଇ ତାଙ୍କ ପାଖକୁ ଆସନ୍ତି, ଭାରି ଆନ୍ତରିକତା ସହିତ ମରାମତି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି । ତାଙ୍କ କଥା ଟିକେ ମନକୁ ଛୁଇଁ ଥିଲା, ସବୁ ବନ୍ଦ୍ ହୋଇଯିବ କିନ୍ତୁ ରେଡ଼ିଓ ନୁହେଁ, ଏହା ସତ୍ୟ ମାତ୍ର ଆଧୁନିକ ଜ୍ଞାନ କୌଶଳ ଅନୁଯାୟୀ ନୂତନ ବେତାର ଯନ୍ତ୍ର ପ୍ରତ୍ୟେକ ସମୟ ରେ ବାହାରିବାରେ ଲାଗିଛିା ଆଜିର ସମାଜ ରେ ରେଡ଼ିଓ ର ଦୂରାବସ୍ଥା ଯୋଗୁଁ ଏହି ମଣିଷ ଟି ଏବେ ନିଜର ଜୀବିକା ହରାଇଛି । ଘର ପରିବାର ଚାଲିବା ବଡ କଷ୍ଟକର ହୋଇ ପଡ଼ିଛି ।
ମଣିଷ ଯେତିକି ପରିମାଣ ରେ ଅତ୍ୟାଧୁନିକ ଯନ୍ତ୍ରପାତି ନିଜର ଆବଶ୍ୟକତା ଅନୁଯାୟୀ ଉଦ୍ଭାବନ କରୁଛି, ତା ଠାରୁ ଅଧିକ ପରିମାଣରେ ପୂରାତନ ଜିନିଷ ପ୍ରତି ତାର ରୁଚି କମିବାରେ ଲାଗିଛି ।

ଅଭାବ ଗ୍ରସ୍ତ ମଣିଷ ସମୟ ସହ ତାଳ ନଦେଇ ପାରିବାରୁ ନିଜର ଜୀବିକା ହରାଉଛି, ତେବେ ସରକାର କି ସହୃଦୟ ବ୍ୟକ୍ତି, ମଉସାଙ୍କ ପରିଣତ ବୟସ ରେ ତାଙ୍କର ଆଶାବାଡି ସାଜନ୍ତି, ତେବେ ଆମର ଖବର ପ୍ରସରରଣ ଅନ୍ତତଃ ପକ୍ଷେ ସାର୍ଥକ ହୋଇପାରିଲା ବୋଲି ଆମେ ଖୁସି ଅନୁଭବ କରନ୍ତୁ ।

Leave a Reply

Your email address will not be published. Required fields are marked *