ଇଞ୍ଜିନିିୟରିଙ୍ଗ୍ କଲେଜରେ ରାଗିଂ ; ହଷ୍ଟେଲ ରୁମ୍ କବାଟ ତାଡି , ଲୁହା ରଡ୍ରେ ପିଟିଲେ ସିନିୟର ..
1 min readକେନ୍ଦୁଝର ସରକାରୀ ଡ଼ିଗ୍ରୀ ଇଞ୍ଜିନୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ । ଜୁନିଅର ଛାତ୍ର ଉପରେ ସିନିୟର ଛାତ୍ରଙ୍କ ଜୁଲୁମ୍। ସିନିୟର୍ ପିଲାଙ୍କ ମାଡ଼ରେ ୨ୟ ବର୍ଷ ମାଇନିଂ ଛାତ୍ର ବିଶ୍ୱଜିତ ବେହେରା ଗୁରୁତର।
ସୂଚନା ଅନୁସାରେ ଗତକାଲି ରାତି ୨ ଟା ୪୫ ସମୟରେ ୫ ଜଣ ସିନିଅର ଛାତ୍ର ମୋହିତ ପାତ୍ର , ସାଫଲ୍ୟ ମଲ୍ଲୀକ,କୁସୁମ ଦାସଦା ,ବାବୁ ଦାଶ ଓ ଶେଖର ବିଶ୍ୱଜିତ ରହୁଥିବା ହଷ୍ଟେଲ ରୁମ୍ କବାଟ ଭାଙ୍ଗି ପଶିଥିଲେ ଆଉ ବିଶ୍ୱଜିତ କିଛି ବୁଝିବା ଆଗରୁ ସେମାନେ ଲୁହାରଡ଼ ଏବଂ ବାଡ଼ି ରେ ଆକ୍ରମଣ କରିଥିଲେ। ଫଳରେ ବିଶ୍ଵଜିତ ଗୁରୁତର ଆହତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଶ୍ୱଜିତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଏନେଇ ବିଶ୍ଵଜିତଙ୍କ ବାପା ଖବର ପାଇବା ପରେ ତୁରନ୍ତ ଆସି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ବିଶ୍ୱଜିତ ଙ୍କୁ ପୂର୍ବରୁ ଏହି ୫ ଜଣ ସିନିଅର ଛାତ୍ର ରାଗିଂ କରିଥିବା ନେଇ ତାଙ୍କ ବାପା କଲେଜ ରେ ଅଭିଯୋଗ କରିଥିଲେ ହେଲେ କଲେଜ କର୍ତୁପକ୍ଷ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ । କଲେଜ କର୍ତୃପକ୍ଷଙ୍କ ନିରବତା ପାଇଁ ଆଜି ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସମୃକ୍ତ ମାମଲାର ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରିନସିପାଲ ମତ ବ୍ୟକ୍ତ କରିଥିଲେ ।