ରାଘବଙ୍କ ଜନ୍ମଦିନରେ ରୋମାଣ୍ଟିକ ହେଲେ ପରିଣୀତି, ଲେଖିଲେ ଲଭ ନୋଟ…
1 min readଆଜି ହେଉଛି ଆମ୍ ଆଦମୀ ପାର୍ଟି ନେତା ରାଘବ ଚଡ୍ଡାଙ୍କ ଜନ୍ମିଦନ । ବିବାହ ପରେ ପ୍ରଥମଥର ପାଇଁ ପତ୍ନୀ ପରିଣିତିଙ୍କ ସହ ଜନ୍ମଦିନ ପାଳିଲେ ରାଘବ । ଏହି ବିଶେଷ ଅବସରରେ ରାଘବଙ୍କ ପତ୍ନୀ ତଥା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପରିଣୀତିି ଚୋପ୍ରା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଭିନେତ୍ରୀ ପରିଣିତୀ ନିଜର ସୋସିଆଲ ମିଡିଆରେ ସ୍ୱାମୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିିରେ ସେ ଏକ ଲଭ ନୋଟ ଲେଖିଛନ୍ତି । ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାଘବଙ୍କ ସହ ନିଜର କିଛି ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ଯେ ଭଗବାନ ମୋତେ ଯେଉଁ ଉପହାର ଦେଇଛନ୍ତି ସେମଧ୍ୟରୁ ତୁମେ ସବୁଠାରୁ ବେଷ୍ଟ । ମୋର ପ୍ରିୟ!!’ ଅଭିନେତ୍ରୀ ଆହୁରି ଲେଖିଛନ୍ତି, ‘ତୁମର ବୁଦ୍ଧି ମୋତେ ସବୁବେଳେ ଆଶ୍ଚର୍ଯ୍ୟ କରେ । ତୁମ ଜୀବନର ମୂଲ୍ୟ, ସଚ୍ଚୋଟତା ଏବଂ ବିଶ୍ୱାସ ମୋତେ ଜଣେ ଭଲ ମଣିଷ ହେବାକୁ ପ୍ରେରଣା ଦିଏ । ପରିବାର ପ୍ରତି ତୁମର କର୍ତ୍ତବ୍ୟ ଏବଂ ପ୍ରେମ ମୋତେ ସବୁବେଳେ ଭଲ ଲାଗେ । ତୁମର ଶାନ୍ତ ସ୍ୱଭାବ ମୋ ପାଇଁ ଏକ ଔଷଧ ପରି । ତେବେ ପରିଣିତୀ ଚୋପ୍ରା ଆହୁରି ମଧ୍ୟ ନୋଟରେ ଲେଖିଛନ୍ତି, ‘ଆଜି ସରକାରୀ ଭାବେ ମୋର ପ୍ରିୟ ଦିନ, କାରଣ ତୁମେ ଆଜି ଜନ୍ମ ହୋଇଛ । ଜନ୍ମଦିନର ଶୁଭେଚ୍ଛା, ସ୍ୱାମୀ! ମୋତେ ବାଛିବା ପାଇଁ ଧନ୍ୟବାଦ ‘ ତେବେ ଅଭିନେତ୍ରୀ ପରିଣୀତିଙ୍କର ଏହି ପୋଷ୍ଟରେ ୟୁଜର ମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି । ଏହି ସୁନ୍ଦର ଯୋଡିକୁ ପ୍ରଶଂସା ୟୁଜର ମାନେ କରିବା ସହ ରାଘବଙ୍କୁ ତାଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ।