Pratidin TV

Odisha's Digital News Platform

‘ମୋତେ ରାଜନୀତି ପ୍ରଶ୍ନ ପଚାର , ପରିଣୀତିଙ୍କ ଉପରେ ନୁହଁ ’: ଗଣମାଧ୍ୟମ ପ୍ରଶ୍ନରେ ମୁହଁ ଖୋଲିଲେ ଆପ ନେତା ..

1 min read

ମୁମ୍ବାଇ : ପୁଣି ରାଜନିତୀରେ ବଲିଉଡ୍ କ୍ରେଜ୍ ଦେଖିବାକୁ ମିଳିଛି । ଆମ ଆଦ୍‌ମି ପାର୍ଟୀର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଏବଂ ବଲିଉଡ୍ ଆକ୍ଟ୍ରେସ୍ ପରିଣୀତି ଚୋପଡା ମୁମ୍ବାଇରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହାପରେ ଉଭୟଙ୍କ ଡେଟିଂକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ ଗଣାମଧ୍ୟମ । କାରଣ ଲଗାତର ଦୁହିଁଙ୍କୁ ଏହା ସାଙ୍ଗରେ ଅନେକ ଥର ସ୍ପଟ୍ କଲାନି ମିଡିଆ ।

ତେଣୁ ଯେତେବେଳେ ରାଘବ ଚଡ୍ଡାଙ୍କୁ ପରିଣୀତିଙ୍କୁ ଡେଟିଂ କରୁଥିବା ନେଇ ପ୍ରଶ୍ନ କରାଯାଇଥିଲା । ସେ ପ୍ରତିକ୍ରିୟାରେ କହିଥିଲେ ଯେ ଦୟାକରି ରାଜନୀତି ବିଷୟରେ ପଚାରନ୍ତୁ , ପରଣୀତିଙ୍କ ଉପରେ ନୁହେଁ । ଏହାପରେ ଗଣମାଧ୍ୟମ ଆଗରେ ଲାଜେଇ ହସିବାକୁ ଲାଗିଥିଲେ ରାଘବ । ତେବେ ତାଙ୍କର ଏହି ବ୍ଲସିଂ ୱାଲା ସ୍ମାଇଲ୍ ଗଣାମଧ୍ୟମ କ୍ୟାମରାରୁ ଲୁଚିପାରିନଥିଲା । ଏହାପରେ ରାଘବ ସେଠାରେ ଗଣାମଧ୍ୟମକୁ ଧନ୍ୟବାଦ ଜଣାଇ ପରିଣୀତିଙ୍କୁ ନେଇ ଚାଲିଯାଇଥିଲେ ।

Advertisement

ତେବେ ଆପଣମାନଙ୍କ ଜାଣିବା ନିମନ୍ତେ କହିଦେଇରଖୁୁଛୁ ଯେ ଗତକାଲି ଉଭୟଙ୍କୁ ମୁମ୍ବାଇର ଏକ ବଡ ରେଷ୍ଟୁରାଣ୍ଟ ରେ ସ୍ପଟ୍ କରାଯାଇଥିଲା । ଦୁହେଁ ଗୋଟିଏ ଟେବୁଲରେ ବସି ଡିନର କରିବା ସହ ଏକା ରଙ୍ଗର ଧଳା ସାର୍ଟରେ ନଜର ଆସିଥିଲେ । କେବଳ ଏତିକି ନୁହେଁ, ଉଭୟ ପୁଣିଥରେ ଆଜି ଲଞ୍ଚ ଡେଟରେ ମଧ୍ୟ ଯାଇଥିଲେ। ସେମାନେ ଲଞ୍ଚ କରି ବାହାରୁ ଥିବା ବେଳେ କ୍ୟାମେରାରେ ସେମାନଙ୍କ ଫଟୋ କଏଦ ହୋଇଛି। ଏଥିର ପରିଣୀତି ଓ ରାଘବ ଗୋଟିଏ ଗାଡ଼ିରେ ଲଞ୍ଚ ସାରି ଯାଇଥିଲେ। କଳା ରଙ୍ଗର ଡ୍ରେସରେ ଥିବା ପରିଣୀତି କ୍ୟାମେରାକୁ ଦେଖି ସ୍ମିତ ହାସ୍ୟ ମଧ୍ୟ ଦେଇଥିଲେ। ବର୍ତ୍ତମାନ ଦୁହିଁଙ୍କୁ ନେଇ ରାଜନୀତି ଓ ବଲିଉଡ୍‌ରେ ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *