Pratidin TV

Odisha's Digital News Platform

୪ଦିନ ପରେ ଓଡିଶା ରାଜ୍ୟପାଳର ଦାୟିତ୍ୱ ଗ୍ରହଣ କରିବେ ରଘୁବର ଦାସ, ତାପୂର୍ବରୁ ଦିଲ୍ଲୀ ଗସ୍ତ କରି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ କରିବେ ସାକ୍ଷାତ..

1 min read

ସରୁଛି ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ କାର୍ଯ୍ୟକାଳ । ଭୁବନେଶ୍ୱରର ରାଜଭବନରେ ଆଜି ତାଙ୍କୁ ଦିଆଯିବ ବିଦାୟକାଳୀନ ସମ୍ବର୍ଦ୍ଧନା । ସେପଟେ ଓଡିଶା ଆସିବାକୁ ପ୍ରସ୍ତୁତ ହେଲେଣି ନୂଆ ରାଜ୍ୟପାଳ ରଘୁବର ଦାସ । ଆସନ୍ତା ୩୧ ରେ ସେ ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ଏଥିପାଇଁ ଚଳିତ ମାସ ୨୯ରେ ସେ ରାଜଭବନରେ ଆସି ପହଞ୍ଚିବା ନେଇ ମିଳିଛି ସୂଚନା । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟୟ ତଥା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଚଳିତ ମାସ ୩୧ଅକ୍ଟେବାର ଦିନ ସଡିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ଓଡିଶାର ପ୍ରଧାନ ବିଚାରପତିଙ୍କ ଦ୍ୱାରା ଭୁବନେଶ୍ୱରର ରାଜଭବନରେ ଗୋପନୀୟତା ଭାବେ ଶପଥ ପାଠ କରାଯିବ । ତେବେ ନୂଆ ଦାୟିତ୍ୱ ନେବା ପୂର୍ବରୁ ରଘୁବର ଦାସ ପୁରୀ ଯାଇ ଭଗବାନ ଜଗନ୍ନାଥ ମନ୍ଦିରକୁ ଦାଇ ପୂଜାର୍ଚ୍ଚନରା କରିବେ ଏପରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଯିବାର ଯୋଜନା ରହିଛି । ଗୁରୁବାର ଦୀଲ୍ଲୀ ଯାଇ ସର୍ବପ୍ରଇମେ ସେ ଦଳର ଜାତୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେବେ । ଏହା ପରେ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ ଏବଂ ଅନ୍ୟ କେନ୍ଦ୍ରୀୟ ନେତାଙ୍କୁ ଭେଟିବା ନେଇ ସୂଚନା ମିଳିଛି । ଦିଲ୍ଲୀରେ ୨ଦିନ ରହିବା ପରେ ୨୮ରେ ସେ ଜାମସେଦପୁର ଫେରିବେ ଏବଂ ୨୯ରେ ଓଡିଶା ଆସିବେ ।

Advertisement

Leave a Reply

Your email address will not be published. Required fields are marked *