Pratidin TV

Odisha's Digital News Platform

ବାବା ବୈଦ୍ୟନାଥ ଙ୍କ ଶରଣରେ ରାଜ୍ୟପାଳ,ପୁଅ ଲଲିତର ଗ୍ରହଶାନ୍ତି ପାଇଁ କଲେ ମହାଦେବଙ୍କ ପୂଜା

1 min read

ଘନେଇବାରେ ଲାଗିଛି ASO ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ବିବାଦ । ବଢ଼ୁଛି ରାଜ୍ୟପାଳଙ୍କ ପୁଅଙ୍କ ଅଡ଼ୁଆ । ଏପଟେ ପୁଅକୁ ବଞ୍ଚାଇବା ପାଇଁ ପ୍ରଶାସନିକ କ୍ଷମତା ପ୍ରୟୋଗ କରିବା ମହାଦେବ ଙ୍କ ଶରଣ ରେ ରାଜ୍ୟପାଳ ରଘୁବର ଦାସ । ପୁଅ ପାଇଁ ରାଜ୍ୟପାଳ ମହାଦେବଙ୍କ ପାଖରେ ଅଧିଆ ପଡିଛନ୍ତି । ବୈକୁଣ୍ଠ ପ୍ରଧାନ ଏୟାରଫୋର୍ସର ପୂର୍ବତନ ସର୍ଜାଣ୍ଟ ଥିଲେ । 42 ବର୍ଷରେ ସେନାରୁ ଅବସର ପରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ ଯୋଗଦେଇଥିଲେ ।

ସେ ରାଜ୍ୟପାଳଙ୍କ ରାଜଭବନରେ କାର୍ଯ୍ୟରତ ଥିଲେ ।ରଥଯାତ୍ରା ସମୟରେ ପୁରୀ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କାର୍ଯ୍ୟରତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିଲେ ।ଏହି ଘଟଣା ପରେ ବୈକୁଣ୍ଠ ନାଥ ପ୍ରଧାନ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ଵତ ମିଶ୍ରଙ୍କୁ ମୌଖିକ ଭାବେ ଜଣାଇଥିଲେ। ଏହାପରେ ସେ ପୁଣି ତାଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଶେଷରେ ସେ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ। ଲଳିତ କୁମାର ଓ ତାଙ୍କ ସାଙ୍ଗମାନଙ୍କୁ ଆଣିବା ପାଇଁ ବିଳାସପୂର୍ଣ୍ଣ କାର୍ ବ୍ୟବସ୍ଥା କରାନଯିବାରୁ ସେମାନେ ବୈକୁଣ୍ଠଙ୍କୁ ମାଡ଼ ମାରିଥିବା ଅଭିଯୋଗ ରହିଛି। ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ତୀବ୍ର ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ଘଟଣାର ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଯାହାପରେ ବିବାଦରେ ଘେରରେ ଛନ୍ଦି ହୋଇପଡିଥିଲେ ରାଜ୍ୟପାଳଙ୍କ ପୁଅ ଲଳିତ । ଏହି ଘଟଣାରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ ବରଂ ASO ଙ୍କର ବଦଳି ହୋଇଯାଇଛି , । ତେବେ ଏହାରି ମଧ୍ୟରେ ରାଜ୍ୟପାଳ ବାବା ବୈଦ୍ୟନାଥ ଙ୍କ ପାଖକୁ ଯାଇ ସେଠାରେ ମହାଦେବଙ୍କୁ ଜଳଲାଗି କରି ତାଙ୍କର ପୂଜାର୍ଚ୍ଚନା କରିଛନ୍ତି । ତାଙ୍କର ମହାଦେବ ଙ୍କ ପାଖରେ ପୂଜାର୍ଚ୍ଚନା ପରେ ଏବେ ସବୁଠି ଚର୍ଚ୍ଚା ହେଉଛି ଯେ ପୁଅ ପାଇଁ ରାଜ୍ୟପାଳ
ପୂଜାର୍ଚ୍ଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *