Pratidin TV

Odisha's Digital News Platform

ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା;ଉଦ୍‌ବେଗ ପ୍ରକାଶ କଲେ ରାହୁଲ -ପ୍ରିୟଙ୍କା ..

1 min read

ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି। ସବୁଆଡୁ ପୋଲିସକୁ ନିନ୍ଦା କରାଯିବା ସହିତ ପୋଲିସ ର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ସମସ୍ତେ କହୁଛନ୍ତି । ତେବେ ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି ଯେ, ଓଡ଼ିଶାରେ ଘଟିଥିବା ଭୟଙ୍କର ଘଟଣା ଦେଶର ଆଇନବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସର ସହାୟତା ମାଗିବାକୁ ଯାଇଥିବା ଜଣେ ସେନା ଅଫିସରଙ୍କୁ ଅମାନବୀୟ ଭାବେ ମାଡ଼ ମରାଯାଇଛି। ତାଙ୍କର ବାନ୍ଧବୀଙ୍କୁ ହାଜତରେ ଉତ୍ପୀଡ଼ନ କରାଯାଇଛି । ଏହି ଘୃଣିତ ଘଟଣା ସମଗ୍ର ମାନବତାକୁ ଲଜ୍ଜିତ କରିଛି । ବିଜେପି ସରକାରରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ ସମ୍ପୂର୍ଣ୍ଣ ଭାବେ ବେନିୟନ୍ତ୍ରଣ ଓ ନିରଙ୍କୁଶ ହୋଇଯାଇଛି । ଯେତେବେଳେ ସରକାରୀ ବ୍ୟବସ୍ଥା ଭିତରେ ଅନ୍ୟାୟ ହେଉଛି ଓ ଛତ୍ରଛାୟା ମିଳୁଛି ସେଠି ସାଧାରଣ ନାଗରିକ କାହାଠୁ ସହାୟତା ପାଇଁ ଆଶା କରିବ? ଏହି ଘଟଣାରେ ସମସ୍ତ ଦୋଷୀ କଠୋର କାର୍ଯ୍ୟାନୁଷ୍ଠାନର ପାତ୍ର। ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତର ଜନତା ବିଶେଷକରି ମହିଳାଙ୍କ ସମ୍ମୁଖରେ ନ୍ୟାୟ ଓ ସୁରକ୍ଷାର ଉଦାହରଣ ଉପସ୍ଥାପନ କରିବା ଦରକାର ବୋଲି ରାହୁଲ କହିଛନ୍ତି ।

Advertisement

ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, ଓଡ଼ିଶାରେ ପୁଲିସର ସହାୟତା ମାଗିବାକୁ ଯାଇଥିବା ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ପୁଲିସ ଯେଭଳି ବର୍ବରକାଣ୍ଡ କରିଛି ଯାହାକୁ ଦେଖି ଆଜି ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି । ଏହି ଘଟଣାର ସମସ୍ତ ଅପରାଧୀ କଠୋର ଆଇନଗତ ଦଣ୍ଡ ପାଇବା ଉଚିତ। ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତର ଲୋକ, ବିଶେଷ କରି ମହିଳାଙ୍କ ସମ୍ମୁଖରେ ନ୍ୟାୟ ଏବଂ ନିରାପତ୍ତାର ଏକ ଉଦାହରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି।”

Leave a Reply

Your email address will not be published. Required fields are marked *