Pratidin TV

Odisha's Digital News Platform

ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ହେଲେ ରାହୁଲ ଦ୍ରାବିଡ ..

1 min read

ଏବେ ଆଇପିଏଲକୁ ଫେରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ।   ସେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଆରମ୍ଭ କରିବେ। ତେବେ ତତ୍କାଳ ଭାବେ ସେ ମୁଖ୍ୟ କୋଚ୍‌ର ଦାୟିତ୍ୱ ନେବେ ଓ ୨୦୨୫ ସଂସ୍କରଣ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଆଜି ପ୍ରାଞ୍ଚାଇଜ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଟିମ ଜୁଲାଇ ମାସରେ ଟି-୨୦ ବିଶ୍ୱକପ ଜିତିଥିଲା। ଏହାପରେ ଟିମ ଇଣ୍ଡିଆ ସହ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।

ଏବେ ରାହୁଲ ୨୦୧୫ ପରେ ପ୍ରଥମଥର ପାଇଁ ରାଜସ୍ଥାନ ରୟାଲ୍ସକୁ ଫେରିଛନ୍ତି। ୨୦୧୨ ଓ ୨୦୧୩ ଆଇପିଏଲରେ ରାଜସ୍ଥାନ ଦ୍ରାବିଡଙ୍କ ନେତୃତ୍ୱରେ ଖେଳିଥିଲା। ୨୦୧୪ ଓ ୨୦୧୫ରେ ସେ ରାଜସ୍ଥାନର ମେଣ୍ଟୋର ଏବଂ ଡିରେକ୍ଟର ଅଫ କ୍ରିକେଟ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଅନ୍ୟତମ ଆଇପିଏଲ ପ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଗ ଦେଇଥିଲେ। ୨୦୧୨ ଓ ୨୦୧୩ ଆଇପିଏଲରେ ରାଜସ୍ଥାନ ଦ୍ରାବିଡଙ୍କ ନେତୃତ୍ୱରେ ଖେଳିଥିଲା।

Leave a Reply

Your email address will not be published. Required fields are marked *