Pratidin TV

Odisha's Digital News Platform

ବିସିସିଆଇ କଲା ଘୋଷଣା ଟିମ ଇଣ୍ଡିଆ କୋଚଙ୍କର ହେବ ନି ବଦଳି, ଏବେ ବି ମୁଖ୍ୟ କୋଚ ରହିବେ ରାହୁଲ..

1 min read

ବିସିସିଆଇ ଟିମ ଇଣ୍ଡିଆର ମୁଖ୍ୟ କୋଚ ନେଇ କଲା ବଡ ଘୋଷଣା । ବିସିସିଆଇ କୋଚିଂ ଷ୍ଟାଫରେ କୌଣସିି ପରିବର୍ତ୍ତନ ହୋଇନାହିଁ । ଏହାର ଅର୍ଥ ହେଉଛି ରାହୁଲ ଦ୍ରାବିଡ ହିଁ ରହିବେ ମୁଖ୍ୟ କୋଚ । ଚଳିତ ବିଶ୍ୱକପ ସହ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା । ଯାହାପରେ ରାହୁଲଙ୍କ ସ୍ଥାନ କିଏ ନେବ ତାକୁ ନେଇ ଦୀର୍ଗ ଦିନ ହେଲା ଦ୍ୱନ୍ଦ ଲାଗି ରହିଥିଲା । ତେବେ ଏଥିରେ ଆଜି ପୂର୍ଣ୍ଣଚ୍ଚେଦ ପକାଇ ଦେଇଛି ବିସିସିଆଇ ।ରାହୁଲ ଦ୍ରାବିଡଙ୍କ କଣ୍ଟ୍ରାକ୍ଟକୁ ପୁଣିଥରେ ବୃଦ୍ଧି କରିଛି ବିସିସିଆଇ । କେବଳ ରାହୁଲ ନୁହନ୍ତି ବରଂ ସର୍ପୋଟ ଷ୍ଟାଫଙ୍କ କାର୍ଯ୍ୟକାଳକୁ ମଧ୍ୟ ବୃଦ୍ଧି କରିଛି ବୋର୍ଡ ।

ବିକ୍ରମ ରାଠୋର ବ୍ୟାଟିଂ କୋଚ୍‌, ପାରାସ ହ୍ମମ୍ବ୍ରେ ବୋଲିଂ କୋଚ୍ ଭାବରେ ଏବଂ ଟି ଦିଲୀପ ଫିଲ୍ଡିଂ କୋଚ୍ ଭାବରେ ରହିବେ । ଡିସେମ୍ବର ୧୦ ତାରିଖରୁ ଜାନୁଆରୀ ୭ ତାରିଖ ଯାଏ ଦିନିକିଆ, ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟି ଲେଖାଏ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେ -୨୦ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । କାର୍ଯ୍ୟକାଳ ବୃଦ୍ଧି ନେଇ ଗତ ସପ୍ତାହରେ ରାହୁଲଙ୍କ ସହ ଆଲୋଚନା କରିଥିଲେ ବିସିସିଆଇ ସମ୍ପାଦକ ଜୟ ଶାହ । ଦ୍ରାବିଡଙ୍କ ନେତୃତ୍ୱରେ ଗତ ଦୁଇ ବର୍ଷରେ ଭାରତ ଟେଷ୍ଟ, ଦିନିକିଆ ଓ ଟି- ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ କରିଛି । ତାଙ୍କ କୋଚିିଂରେ ଉଭୟ ଦିନିକିଆ ବିଶ୍ୱକପ ସହ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପରେ ରନର୍ସ ଅପ୍ ହୋଇଛି ଭାରତ । ଉଭୟ ଟେଷ୍ଟ ଓ ଦିନିକିଆରେ ନମ୍ବର ୱାନ ଟିମ୍ କରାଇଛନ୍ତି । ତେବେ କିଛି ଦିନ ହବ ରାହୁଲଙ୍କ ଅନୁପସ୍ଥିତିରେ ଇଣ୍ଡିଆର କୋଚ ଦାୟିତ୍ୱ ଭିଭି ଏସ ଲକ୍ଷ୍ମଣ ତୁଲାଇଥିଲେ । ଯାହାକୁ ନେଇ ଫ୍ୟାନ୍ସ ଅନୁମାନ କରୁଥିଳେ ଯେ ରାହୁଲଙ୍କ ପରେ ଭାରତର ଦାୟିତ୍ୱ ସମ୍ଭାଳିବେ ଲକ୍ଷ୍ମଣ । ହେଲେ ଆଜି ସବୁ ଦ୍ୱନ୍ଦର ସମାଧାନ କରି ଦେଇଛି ବିସିସିଆଇ ।

Leave a Reply

Your email address will not be published. Required fields are marked *