Pratidin TV

Odisha's Digital News Platform

ଭାରତ ବିଶ୍ୱକପ ହାରିବା ସହ ଦଳର ହେଡ କୋଚ ରାହୁଲ ଦ୍ରାବିଡଙ୍କ ସରିଲା କାର୍ଯ୍ୟକାଳ..

1 min read

ଆଶାରେ ରହିଗଲା ୨୦୨୩ ବିଶ୍ୱକପ । ପୁଣି ବିଫଳତାର ସ୍ୱାଦ ଚାଖିଲା ଭାରତ । ଷଷ୍ଠଥର ପାଇଁ ଟ୍ରଫି ହାତେଇଲା ଅଷ୍ଟ୍ରେଲିଆ । ଭାରତର ପରାଜୟ ସହ ଦଳର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ବିଶ୍ୱକପ ପର୍ଯ୍ୟନ୍ତ ସେ କୋଚ ନିଯୁକ୍ତ ହୋଇଥିଲେ । ୨୦୨୧ରେ ରାହୁଲ ଦ୍ରାବିଡଙ୍କ ୨ ବର୍ଷ କାର୍ଯ୍ୟକାଳ ଶେଷ ହୋଇଛି । ୨୦୨୧ରେ ରାହୁଲ ଦ୍ରାବିଡଙ୍କୁ ୨ବର୍ଷ ପାଇଁ ପ୍ରଶିକ୍ଷକ ଦାୟିତ୍ୱ ମିଳିଥିଲା । ସେ ନିଯୁକ୍ତି ହେବା ପରଠାରୁ ଭାରତ ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଥିଲା । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଓ ଦିନିକିଆ ସିରିଜରେ ପରାଜିତ ହୋଇଥିଲା । ୨୦୧୫ରୁ କୋଚ ଦାୟିତ୍ୱରେ ରହିଛନ୍ତି ଭାରତର ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ । ପ୍ରଥମେ ୧୯ ବର୍ଷରୁ କମ ଭାରତୀୟ ଦଳର ସେ କୋଚ ରହିଥିଲେ । ତାଙ୍କ ପ୍ରଶିକ୍ଷଣରେ ଭାରତ ୨୦୧୮ରେ ୧୯ ବର୍ଷରୁ କମ ବିଶ୍ୱକପ ଚାମ୍ପିଆନ ହୋଇଥିଲା । ଏହାପରେ ଭାରତ ଏ ଦଳର କୋଚ ଭାବରେ ସେ କାର୍ଯ୍ୟ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *