ରାହୁଲ କରିଲେ ବଡ଼ ଘୋଷଣା , ମହିଳା ମାନଙ୍କୁ ମିଳିବ ମାସକୁ ୮୫୦୦ ଟଙ୍କା ..
1 min readଆରମ୍ଭ ହେବାକୁ ଯାଉଛି ଦେଶର ସପ୍ତମ ପର୍ଯ୍ୟାୟ ନିର୍ବାଚନ । ଯେଉଁଥିପାଇଁ ଏବେ ନେତା ମାନେ କରୁଛନ୍ତି ଜୋରଦାର ପ୍ରଚାର । ତେବେ ଏହାରି ମଧ୍ୟରେ ରାହୁଲ ଗାନ୍ଧୀ କରିଛନ୍ତି ଏକ ବଡ ଘୋଷଣା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରର ରେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି , ଦେଶର ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ। ପ୍ରତ୍ୟେକ ଗରିବ ପରିବାରରୁ ଜଣେ ମହିଳାଙ୍କ ନାମ ଚୟନ କରାଯିବ।
ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ ଏବଂ ୮୫୦୦ ଟଙ୍କା ଦେଶର କୋଟି କୋଟି ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ସେ କହିଛନ୍ତି, ଇଣ୍ଡିଆ ମେଣ୍ଟ ସାମ୍ନାରେ ଦୁଇଟି ସମସ୍ୟା ରହିଛି। ଗୋଟିଏ ହେଉଛି ଧନୀ-ଗରିବ ଅସମାନତା ଏବଂ ଅନ୍ୟଟି ବେକାରୀ।କଂଗ୍ରେସ ପାର୍ଟି ଏହି ଦୁଇଟି ସମସ୍ୟାର ସମାଧାନ କରିବାକୁ ଯାଉଛି। ଦେଶରେ ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ। ଜୁଲାଇ ୫ରେ ୮୫୦୦ଟଙ୍କା ଦେଶର ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ଏବଂ ଏହା ଜୁଲାଇରୁ ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ ।