ପୁଣି ଇଡି କାର୍ଯ୍ୟାଳୟରେ ରାହୁଲ ଗାନ୍ଧୀ : ସକାଳୁ ହୋଇଥିଲା ୩ ଘଣ୍ଟାର ଜେରା
1 min readନୂଆଦିଲ୍ଳୀ: ସକାଳୁ ୩ ଘଣ୍ଟା ଧରି ଜେରା କରିବା ପରେ ପୁଣି ଥରେ ଇଡି ଅଫିସରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ । ସକାଳ ୯ଟାରେ ଇଡି କାର୍ଯ୍ୟାଳୟରେ ୩ ଘଣ୍ଟା ଧରି ଗ୍ରିଲ ହେବା ପରେ ବାହାରିଥିଲେ । ତେବେ ପୁଣି ଥରେ ରାହୁଲ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । ଦିନରେ ଦ୍ୱିତୀୟ ଥର ପାଇଁ ରାହୁଲଙ୍କୁ ଇଡି ପକ୍ଷରୁ ଜେରା କରାଯିବ । ପୂର୍ବରୁ ୨ ତାରିଖରେ ରାହୁଲଙ୍କୁ ହାଜର ହେବାକୁ ନୋଟିସ ଦିଆଯାଇଥିବା ବେଳେ ସେ ହାଜର ହୋଇନଥିଲେ ।
ପରେ ସୋନିଆ ଗାନ୍ଧୀଙ୍କୁ କରୋନା ପରେ ଏହା ଆହୁରି ବିିଳମ୍ବିତ ହୋଇଥିଲା । ତେବେ ଦ୍ୱିତୀୟ ନୋଟିସ୍ ପରେ ରାହୁଲ ହାଜର ହୋଇଥିଲେ ହେଁ ଦଳୀୟ କର୍ମୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଜନପଥ ରୋଡସ୍ଥିତ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଯୋଜନା କରିଥିଲେ । କିନ୍ତୁ ରାଲିକୁ ଦିଲ୍ଲୀ ପୋଲିସ୍ ଅନୁମତି ଦେଇନାହିଁ । ପୋଲିସର କହିବା ଅନୁସାରେ, କଂଗ୍ରେସ କର୍ମୀମାନେ ଆକବର ରୋଡରେ ଧାରଣା ଦେବା ପାଇଁ ଅନୁମତି ମାଗିଥିଲେ ।
ନ୍ୟାସନାଲ ହେରାଲ୍ଡ ମନିଂ ଲଣ୍ଡରିଂ ମାମଲାରେ ସୋନିଆଙ୍କୁ ଜୁନ ୮ ତାରିଖରେ ଇଡିରେ ହାଜର ହେବାର ଥିଲା । କିନ୍ତୁ ୨ ତାରିଖରେ ସୋନିଆ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ଇଡିରେ ହାଜର ହେବାକୁ ସମୟ ମାଗିଥିଲେ । ଏହାପରେ ଜୁନ ୨୩ ତାରିଖରେ ସୋନିଆଙ୍କୁ ହାଜର ହେବାକୁ ଇଡି କହିଥିଲା । ଏବେ ହସପିଟାଲରେ ଭର୍ତ୍ତି ହେବା ପରେ ସୋନିଆ ଇଡିରେ ହାଜର ହେବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।