ମା’ ସୋନିଆଙ୍କ ୨୦୧୯ ମସିହାର ରେକର୍ଡ ଭାଙ୍ଗିଲେ ରାହୁଲ
1 min readଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଡବଲ ବିଜୟ। ପ୍ରଥମେ ସେ ଗାନ୍ଧି ପରିବାରର ଗଡ଼ ରାଏବରେଲୀରୁ ଏକତରଫା ବିଜୟ ହାସଲ କରିଥିଲେ। ଏବେ ୱାୟନାଡରୁ ବି ସେ ବାଜିମାରିଛନ୍ତି।ରାହୁଲ ଗାନ୍ଧି ୨୦୨୪ ସାଧାରଣ ନିର୍ବାଚନରେ ଦୁଇଟି ଯାକ ଆସନରୁ ପ୍ରାର୍ଥୀ ହୋଇଥିଲେ। ସେ ଦୁଇଟି ଯାକ ଆସନରେ ୩ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ୨୦୧୯ରେ ମଧ୍ୟରେ ୱାୟନାଡରୁ ବିଜୟୀ ହୋଇଥିଲେ। ରାହୁଲ ଗାନ୍ଧିଙ୍କୁ ୨୦୨୪ରେ ଏଠାରେ ୬,୪୭,୪୪୫ ଖଣ୍ଡ ଭୋଟ ମିଳିଛି। ତାଙ୍କ ଭୋଟ ଭାଗ ୫୯.୬୯% ରହିଛି। ହୁଲ ତାଙ୍କ ମା’ ସୋନିଆ ଗାନ୍ଧିଙ୍କର ୨୦୧୯ ମସିହାର ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସୋନିଆଙ୍କ ବିଜୟ ବ୍ୟବଧାନ ହାରକୁ ସେ ଟପି ଯାଇଛନ୍ତି |
୨୦୧୯ରେ ସେ ୬୪,୬୭% ଭୋଟ ପାଇଥିଲେ। କିନ୍ତୁ ଏଥର ଭୋଟ ଭାଗ ହ୍ରାସ ପାଇଛି। ସିପିଆଇ ନେତା ଆନି ଜା କେବଳ ୩,୬୪,୪୨୨ ଖଣ୍ଡ ଭୋଟ ପାଇଛନ୍ତି। ଏହାର ଅର୍ଥ ସେ ୩.୬୪ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ରାଏବରେଲୀରେ ସୋନିଆ ଗାନ୍ଧି ୨୦୧୯ରେ ଜିତିଥିଲେ। ଏଥର ରାହୁଲ ଗାନ୍ଧି ତାଙ୍କ ରେକର୍ଡକୁ ଭାଙ୍ଗି ୬୭% ଭୋଟ ପାଇଛନ୍ତି।