Pratidin TV

Odisha's Digital News Platform

ରାୟବରେଲି ଲୋକସଭା ଆସନରୁ ନାମାଙ୍କନ ଭରିଲେ ରାହୁଲ ଗାନ୍ଧି …

1 min read

ରାୟବରେଲି ଲୋକସଭା ଆସନରୁ ନାମାଙ୍କନ ଦାଖଲକଲେ ରାହୁଲ ଗାନ୍ଧି । ରାହୁଲଗାନ୍ଧି ପ୍ରାର୍ଥପତ୍ର ଦାଖଲ କରିବା ସମୟରେ ତାଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ , ମା ସୋନିଆ ଗାନ୍ଧି , ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉପସ୍ଥିତ ରହିଥିଲେ । ଆଜି ସକାଳେ କଂଗ୍ରେସ ଆମେଠି ରୁ କିଶୋର ଲାଲଶର୍ମାଙ୍କୁ ଏବଂ ରାଏବରେଲି ରୁ ରାହୁଲ ଗାନ୍ଧିଙ୍କ ନାମ ଘୋଷଣା କରିଥିଲା । ଏହା ପରେ ରାହୁଲ ତାଙ୍କ ମା’, ଭଉଣୀ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ରାଏବରେଲିର ଫୁରସତଗଞ୍ଜ ବିମାନବନ୍ଦରରେ ପହଞ୍ଚିଥିଲେ । ଓ ଏହାପରେ ସେ ନାମାଙ୍କନ ଦାଖଲ କରିଥିଲେ ।

ସେପଟେ ଆମେଠି ଆସନ ପାଇଁ ନାମଙ୍କନ ଭିରିଛନ୍ତି କିଶୋରି ଲାଲ ଶର୍ମା । ଏଥର ମଧ୍ୟ ରାହୁଲ ଗାନ୍ଧି ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି । ସେଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ହୋଇଥିଲା । ଏବେ ସେ ରାୟବରେଲୀରେ ବି ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଆମେଠି ଓ ରାଏବରେଲୀରେ ଆସନ୍ତା ୨୦ ତାରିଖରେ ଭୋଟିଂ ହେବ । ଦେଶର ୫ମ ପର୍ଯ୍ୟାୟ ଭୋଟିଂରେ ଲୋକମାନେ ଏଠାରେ ମତାଧିକାର ସାବ୍ୟସ୍ତ କରିବେ ।

Advertisement

Leave a Reply

Your email address will not be published. Required fields are marked *