Pratidin TV

Odisha's Digital News Platform

ନିର୍ବାଚନ ପ୍ରଚାର ବେଳେ ରାହୁଲଙ୍କ ହେଲିକେପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ ..

1 min read

ନିର୍ବାଚନୀ ପ୍ରଚାର ବେଳେ ଯାଞ୍ଚ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ହେଲିକେପ୍ଟର । ତାମିଲନାଡୁର ନୀଳଗିରିସରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପୂର୍ବତନ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଯାଞ୍ଚ କରାଯାଇଛି । ପୋଲିସ କହିଛି ଯେ ନିର୍ବାଚନ ଆୟୋଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଧିକାରୀମାନେ ହେଲିକପ୍ଟରକୁ ଏଠାରେ ଅବତରଣ କରିବା ପରେ ତାଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ । ରାହୁଲ ଗାନ୍ଧୀ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ କେରଳର ୱାୟାନାଡ ଅଭିମୁଖେ ଯାଉଥିଲେ, ଯେଉଁଠାରେ ତାଙ୍କର ସାଧାରଣ ସଭା ସମେତ ଅନେକ କାର୍ଯ୍ୟକଳାପ ରହିଛି ।

ହେଲିକପ୍ଟର ଏଠାରେ ଅବତରଣ କରିବା ପରେ ଫ୍ଲାଇଙ୍ଗ ସ୍କ୍ୱାଡ୍ ଅଧିକାରୀମାନେ ତାଙ୍କ ହେଲିକପ୍ଟର ଭିତରେ ପଶି ଖୋଳତାଢ଼ କରିବା ଆରମ୍ଭ କରି ଦେଇଥିଲେ ବୋଲି ସୂଚନା ରହିିଛି । ଆପଣ ଜାଣନ୍ତି ଯେ ରାହୁଲ କ୍ରମାଗତ ଭାବେ ୱାୟାନାଡରୁ ନିର୍ବାଚନ ଲଢୁଛନ୍ତି । ଏଥର ରାହୁଲ ଏପ୍ରିଲ୍ ୨୬ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ୱାୟାନାଡାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ କଂଗ୍ରେସ କର୍ମୀ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହି ଘଟଣା ରାହୁଲ ଗାନ୍ଧିଙ୍କ ପାଖରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

Advertisement

Leave a Reply

Your email address will not be published. Required fields are marked *