Pratidin TV

Odisha's Digital News Platform

ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ; ହିଂସା ପୀଡିତ ଏବଂ ବନ୍ୟା ପ୍ରଭାବିତଙ୍କୁ ଭେଟିବେ

ସୋମବାର ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧୀ | ୧୪ ମାସ ଧରି ମଣିପୁରରେ ଲାଗି ରହିଥିବା ହିଂସାରେ ଏହା ରାହୁଲଙ୍କ ତୃତୀୟ ଗସ୍ତ | ସେଠାରେ ରାଜ୍ୟପାଳଙ୍କ ସହ ଆଲୋଚନା କରି ହିଂସା ପୀଡିତ ଓ ବନ ପ୍ରଭାବିତକୁ ଭେଟ କରିବେ | ବିରୋଧୀ ଦଳ ନେତା ଭାବେ ଏହା ତାଙ୍କର ପ୍ରଥମ ଗସ୍ତ | ଏନେଇ ଜିରିବାମ ଜିଲ୍ଲାରେ ସୁରକ୍ଷା ବୁୟବସ୍ଥାକୁ କଡାକଡି କରାଯାଇଛି | ସ୍ଥାନୀୟ ଅଞ୍ଚଳରେ ଦ୍ରୋଣ ଯୋଗେ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି ଉପରେ ପ୍ରତିବନ୍ଧକ ଲଗାଯାଇଛି | ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତ ନେଇ ରବିବାର ଜିଲ୍ଲାପାଳ ଅଧିସୂଚନା ଜାରି କରିଛନ୍ତି |

ରାହୁଲଙ୍କ ଗସ୍ତ ସମ୍ପର୍କରେ ମଣିପୁର କଂଗ୍ରେସ ନେତା ରବିବାର ଏଆଇସିସି ରାଜ୍ୟ ପ୍ରଭାରୀ ଗିରୀଶ ଚୋଡ଼ାନକରଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ମଣିପୁର କଂଗ୍ରେସ ସଭାପତି କିଶମ ମେଘଚନ୍ଦ୍ର, କଂଗ୍ରେସ ବିଧାୟକ ଦଳ ନେତା ଓ’ ଇବୋବି ସିଂ, ରାଜ୍ୟର ୨ କଂଗ୍ରେସ ଏମ୍‌ପି ଯୋଗ ଦେଇଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ରାହୁଲ ହିଂସାପ୍ରବଣ ଜିରିବାମ୍‌, ଚୁରାଚାନ୍ଦପୁର ଏବଂ ଇମ୍ଫାଲ ଜିଲାକୁ ଯାଇ ସେଠାର ଲୋକମାନଙ୍କ ସହ ସାରା ଦିନ ବିତାଇବେ।

ଗତ ମାସ ୬ରେ ସାନି ହିଂସାକାଣ୍ଡ ଘଟିଥିବା ଜିରିବାମ୍‌ ଜିଲାକୁ ରାହୁଲ ପ୍ରଥମେ ଯାଇ ସେଠାର କେତେକ ରିଲିଫ୍‌ କ୍ୟାମ୍ପ ପରିଦର୍ଶନ କରିବେ। ଏହା ପରେ ସେ ଇମ୍ଫାଲ ଏବଂ ଚୁରାଚାନ୍ଦପୁର ଜିଲାକୁ ଯାଇ ସେଠାର ରିଲିଫ୍‌ କ୍ୟାମ୍ପ୍‌ରେ ଥିବା କ୍ଷତିଗ୍ରସ୍ତମାନଙ୍କ ସହ ଆଲୋଚନା କରିବେ। ଏହା ବ୍ୟତୀତ ବିଷ୍ଣୁପୁର ଜିଲାର ମୋଇରାଙ୍ଗକୁ ଯାଇ ସେଠାର କେତେକ ରିଲିଫ୍‌ କ୍ୟାମ୍ପ୍‌ ପରିଦର୍ଶନ କରିବା ପରେ ରାହୁଲ ଇମ୍ଫାଲ ଫେରିଆସି ରାଜ୍ୟପାଳ ଅନୁସୂୟା ଉଇକେଙ୍କ ସହ ବୈଠକ କରିବାର ଯୋଜନା ପ୍ରସ୍ତୁତ ହୋଇଛି। ରାହୁଲଙ୍କ ମଣିପୁର ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *