Pratidin TV

Odisha's Digital News Platform

ରାହୁଲଙ୍କ ବିବାହ ପକ୍କା ! କଂଗ୍ରେସର ଏହି ନେତ୍ରୀଙ୍କୁ କରିବେ ସାତ ଜନ୍ମର ସାଥି!

ବଲିଉଡର ସଲମାନ ଜାତୀୟ ରାଜନୀତିରେ ରାହୁଲ ଗାନ୍ଧୀ ଏ ଦୁହେଁ ହେଉଛନ୍ତି ମୋଷ୍ଟ ଏଲିଜିବୁଲ ବ୍ୟାଚଲର  ।  ତାଙ୍କର ବିବାହକୁ ସାରା ଦେଶବାସୀ ଅନେଇ ବସିଛନ୍ତି । ସସମସ୍ତଙ୍କ ମୁଁହ ରେ ଗୋଟିଏ ପ୍ରଶ୍ନ କେବେ ବିବାହ କରିବେ ଏ ଦୁଇଜଣ   ।  ହେଲେ ଏବେ ସବୁ ଅପେକ୍ଷା ରପଡ଼ିବ ପୂର୍ଣ୍ଣଛେଦ ।  କାରଣ ରାହୁଲଙ୍କ ବିବାହ ଏବେ ଫିକ୍ସ । ରାହୁଲଙ୍କୁ ମିଳିଗଲା ତାଙ୍କ ମନ ପସନ୍ଦର ଜୀବନସାଥୀ    । ଏବେ ଏମିତି କିଛି କଥା ଜାତୀୟ ରାଜନୀତିରେ ଚର୍ଚ୍ଚାର ଶିରୋନାମା ପାଲଟିଛି ।  ଆଗକୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଥିବାବେଳେ ଏବେ ସମସ୍ତଙ୍କ ନଜର ରାଜନୈତିକ ଅଙ୍କକଷାରୁ ହଟି ରାହୁଲ ଙ୍କ ବିବାହ ଉପରେ ।

 ଶୁଣିବାକୁ ମିଳୁଛି ଯେ  ରାହୁଲ ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ଶିନ୍ଦେଙ୍କ ଝିଅ ତଥା କଂଗ୍ରେସ ଏମପି ପରିଣିତି ଶିନ୍ଦେଙ୍କୁ ବିବାହ କରିପାରନ୍ତି। ତେବେ ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା ଜୋର ଧରିଲାଣି। କାରଣ ଫେସବୁକ୍‌ , ଇନଷ୍ଟାଗ୍ରାମ ଓ ଟ୍ବିଟର ପେଜ୍‌ରେ ଦୁହିଁଙ୍କ ଏକାଠି ଥିବା ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏପରିକି ଗଣମାଧ୍ୟମର ଅନେକ ବିତର୍କରେ ଏହାକୁ ନେଇ ଅନେକ ଚର୍ଚ୍ଚା । ସବୁଠାରୁ ବିଶେଷ କଥା ହେଉଛି ନିକଟରେ ରାହୁଲ ଓ ପରିଣିତଙ୍କ ଭାରତ ଯୋଡ ଯାତ୍ରାର ଫଟୋ ଭାଇରାଲ ହୋଇଛି। ଯେଉଁଠି ଦୁଇଜଣ ଏକାଠି ହାତ ଧରି ଚାଲୁଥିବାର ନଜର ଆସିଛନ୍ତି। ତେବେ ଏହି ଘଟଣାକୁ ନେଇ ଏଯାଏ ମୁଁହ ଖୋଲିନାଁହାନ୍ତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ପରିଣିତି ଶିନ୍ଦେ। ତେବେ ଏହି ଚର୍ଚ୍ଚା ସତ ନା ଗୁଜବ ତାହା ସମୟ ଆସିଲେ ଜଣା ପଡିବ ।

Leave a Reply

Your email address will not be published. Required fields are marked *