Pratidin TV

Odisha's Digital News Platform

ରାଏବରେଲୀ ରଖିଲେ ରାହୁଲ ଗାନ୍ଧୀ, ୱାୟନାଡ଼ରୁ ଲଢ଼ିବେ ପ୍ରିୟଙ୍କା

କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ଓ୍ବାଇନାଡ ଲୋକସଭା ଆସନ ଛାଡିବେ ଏବଂ ଉତ୍ତର ପ୍ରଦେଶର ରାୟବରେଲିର ପ୍ରତିନିଧିତ୍ବ କରିବେ । ଗାନ୍ଧି ପରିବାରର ପାରମ୍ପରିକ ଆସନ ରାଏବରେଲି ରଖି ରାହୁଲ ୱାୟନାଡ଼ ଆସନ ଛାଡ଼ିଛନ୍ତି। ଏହା ନିଜେ ସ୍ପଷ୍ଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଏହାକୁ ନେଇ ଆଜି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ଼ଗେ ଓ କେ. ବେଣୁଗୋପାଳଙ୍କ ମଧ୍ଯରେ ଏକ ବୈଠକ ମଧ୍ଯ ହୋଇଥିଲା। ପ୍ରିୟଙ୍କା ଗାନ୍ଧି ୱେୟନାଡ଼୍ ଆସନରୁ ଲଢ଼ିବେ । ଏଥର ଉଭୟ ରାଏବରେଲି ଓ ୱେୟନାଡ ଆସନରୁ ବହୁତ ବଡ଼ ମାର୍ଜିନରେ ଜିତିଛନ୍ତି ରାହୁଲ ଗାନ୍ଧି।

ରାହୁଲ ଗାନ୍ଧି ଆସନ ଛାଡ଼ିବାକୁ ଯାଉଥିବାରୁ ଏଠାରେ ଉପ ନିର୍ବାଚନ ହେବ। ଉପ ନିର୍ବାଚନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡରୁ ପ୍ରାର୍ଥୀ ହେବେ। ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧି ଭଦ୍ରା କୌଣସି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଏ ସମ୍ପର୍କରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଘୋଷଣା କରିଛନ୍ତି। ରାଜନୈତିକ ଦୃଷ୍ଟି କୋଣରୁ ଓ ଉତ୍ତର ପ୍ରଦେଶରେ କଂଗ୍ରେସର ଉତଥାନ ଦୃଷ୍ଟିରୁ ରାହୁଲ ରାଏବରେଲି ଆସନ ରଖିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି , ‘ରାହୁଲ ଗାନ୍ଧୀ ୨ଟି ଲୋକସଭା ଆସନରୁ ଜିତିଛନ୍ତି । କିନ୍ତୁ ଆଇନ ଅନୁସାରେ ତାଙ୍କୁ ଗୋଟିଏ ସିଟ୍ ଛାଡିବାକୁ ପଡିବ । ରାହୁଲ ରାୟବରେଲି ଆସନ ନିଜ ପାଖରେ ରଖିବେ ଏବଂ ଆମେ ନିଷ୍ପତ୍ତି ନେଇଛୁ କି ପ୍ରିୟଙ୍କା ଓ୍ବାଇନାଡରୁ ନିର୍ବାଚନ ଲଢିବେ ।’ ତେବେ ଏନେଇ ବୈଠକ ବସିଥିଲା ଏବଂ ଏହି ସମୟରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପାର୍ଟି ମହାସଚିବ ବେଣୁଗୋପାଳ ଏବଂ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *