ରାହୁଲ୍ ଗାନ୍ଧୀ ହିନ୍ଦୁଙ୍କୁ ଭୁଲ୍ ମାଗନ୍ତୁ, ସଂସଦ ରେ କହିଲେ ଅମିତ୍ ଶାହା
1 min readବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋମବାର ଲୋକ ସଭାକୁ ସମ୍ବୋଧିତ କରି ଦେଇଥିବା ଅନେକ ମନ୍ତବ୍ୟ ରେକର୍ଡରୁ କାଟି ଦିଆଯାଇଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ତାଙ୍କ ସମ୍ବୋଧନରେ ହିନ୍ଦୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆରଏସଏସ ବିଷୟରେ ମନ୍ତବ୍ୟ ଦେଇଥିଲେ। ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ଦିନକୁ ୨୪ଘଣ୍ଟା ହିଂସା-ହିଂସା, ଘୃଣା-ଘୃଣା କରନ୍ତି। ରାହୁଲ ଗାନ୍ଧୀଙ୍କ ଏହି ବୟାନରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆପତ୍ତି ଉଠାଇ କହିଛନ୍ତି ଯେ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗୁରୁତର ବିଷୟ। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏପରି ବୟାନକୁ ହିନ୍ଦୁଙ୍କ ପ୍ରତି ଅପମାନ ଓ ଏଥିପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।
ତେବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ବିରୋଧ କରି କହିଥିଲେ, ଏତେ ବଡ଼ କଥାକୁ ଲୁଚା ଯାଇପାରିବ ନାହିଁ | ବିରୋଧୀ ନେତା କହିଛନ୍ତି ଯିଏ ନିଜକୁ ହିନ୍ଦୁ କହୁଛନ୍ତି ସେମାନେ ହିଂସା କରିଥାନ୍ତି | ପରେ ସେ କହିଥିଲେ ଏହି ଦେଶରେ କୋଟି କୋଟି ଲୋକ ନିଜକୁ ହିନ୍ଦୁ ବୋଲି ଗର୍ବରେ କହିଥାନ୍ତି | କ’ଣ ସେହି ସବୁ ଲୋକ ହିଂସାର କଥା କହିଥାନ୍ତି | ହିଂସା ଭାବନାକୁ କୌଣସି ଧର୍ମ ସହ ଯୋଡିବା ଅପମାନର ବିଷୟ ତେଣୁ ସଂସଦରେ ଏବଂ ସାମ୍ବିଧାନିକ ପଦରେ ବସିଥିବା ବ୍ୟକ୍ତିଙ୍କୁ ଏଥିପାଇଁ କ୍ଷମା ମାଗିବା ଆବଶ୍ୟକ |
ଗତକାଲି ସୋମବାର ଦିନ ଲୋକସଭାରେ ରାହୁଲ ଗାନ୍ଧି ଭାଷଣ ବେଳେ ସମ୍ବିଧାନର କପି ଠାରୁ ଆରମ୍ଭ କରି ଭଗବାନ ଶିବ, ପ୍ରଫେଟ ମହମ୍ମଦ ଓ ଗୁରୁ ନାନକଙ୍କ ଛବି ପ୍ରଦର୍ଶିତ କରିଥିଲେ। ବିଜେପି ଓ ଆରଏସଏସକୁ ସେ ସମାଲୋଚନା କରି ସେମାନେ ସମସ୍ତ ହିନ୍ଦୁଙ୍କ ପ୍ରତିନିଧିତ୍ୱ କରନ୍ତି ନାହିଁ ବୋଲି ରାହୁଲ କହିଥିଲେ। ରାହୁଲ ଗାନ୍ଧି ନିଜ ଭାଷଣରେ ବିଜେପି ଓ ଆରଏସ୍ଏସ୍କୁ ଟାର୍ଗେଟ କରୁଥିବା ବେଳେ ଗୃହରେ ପ୍ରବଳ ନାରାବାଜୀ ହୋଇଥିଲା।
ରାହୁଲ ଗାନ୍ଧି କହିଛନ୍ତି, “ଆମର ମହା ପୂର୍ବପୁରୁଷମାନେ ଅହିଂସା କଥା କହିଛନ୍ତି। କିନ୍ତୁ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ବାସ୍ତବରେ ଘୃଣା ସୃଷ୍ଟି କରୁଛନ୍ତି। ଆପାଣମାନେ ହିନ୍ଦୁ ହିଁ ନୁହନ୍ତି।” ଯେତେବେଳେ ରାହୁଲଙ୍କ ବୟାନରେ ପ୍ରଧାନମନ୍ତ୍ରୀ ମୋଦିଆପତ୍ତି କରିଥିଲେ ସେତେବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ ମୁଁ ଭାଜପାକୁ ହିଂସା ବୋଲି କହିଛି, ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ନୁହେଁ। ଭାଜପା ସମଗ୍ର ହିନ୍ଦୁ ସମାଜ ନୁହେଁ। ଆରଏସଏସ ସମଗ୍ର ହିନ୍ଦୁ ସମାଜ ନୁହେଁ ବୋଲି କହିଥିଲେ ରାହୁଲ ।