Pratidin TV

Odisha's Digital News Platform

ଟ୍ରେନର ସ୍ଲିପର କୋଚରେ ନଜର ଆସିଲେ ରାହୁଲ ଗାନ୍ଧୀ, ସିଟରେ ବସି ହକି ଖେଳାଳିଙ୍କ ସହ କଲେ ଆଲୋଚନା

1 min read

ବିଳାସପୁର: କେତେବେଳେ ବାଇକ ତ କେବେ କୁଲି ଆଉ କେତେବେଳେ ସ୍କୁଟିରେ ବସି ରାହୁଲ ଗାନ୍ଧୀ ଯାଉଥିବା ନଜରେ ଆସିଛି । ବିଭିନ୍ନ ସ୍ଥାନକୁ ଲୋକଙ୍କସମସ୍ୟା ବିଷୟରେ ବୁଝିବା ସହ ତାଙ୍କ ସହ ଆଲୋଚନା କରୁଛନ୍ତି । ତେବେ ପୁଣି ଗତକାଲି ରାହୁଲ ଗାନ୍ଧୀ ଟ୍ରେନର ଜେନେରାଲ ବଗିରେ ବସି ଯାଉଥିବା ଫଟୋ ଏବେ ସାମ୍ନାକୁ ଆସିଛି ।

ଛତିଶଗଡ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଦିନ ଟ୍ରେନରେ ଯାତ୍ରା କରିଥିଲେ ସେ ବିଳାସପୁରରୁ ରାୟପୁର ପର୍ଯ୍ୟନ୍ତ ୧୧୭ କିଲୋମିଟର ଯାତ୍ରା କରିଛନ୍ତି । ଏହି ସମୟରେ ସେ ଟ୍ରେନରେ ବସିଥିବା ଯାତ୍ରୀମାନଙ୍କ ସହ କଥାବାର୍ତ୍ତା ହେବା ସମ ତାଭ୍‌କସମସ୍ୟା ପଚାରି ବୁଝିଥିଲେ । ରାହୁଲ ଟ୍ରେନରେ ଉପସ୍ଥିତ ଥିବା ହକି ଖେଳାଳିଙ୍କ ସହ ମଧ୍ୟ କଥାବର୍ତ୍ତା ହୋଇଥିଲେ ।

Advertisement

ବିଳାସପୁରରେ ଆୟୋଜିତ କଂଗ୍ରେସ ଆବାସିକ ସମ୍ମିଳନୀ ରେ ଯୋଗ ଦେବାକୁ ରାହୁଲ ବିଳାସପୁର ଇଣ୍ଟରସିଟି ଏକ୍ସପ୍ରେସରେ ସ୍ଲିପର ବଗିରେ ଚଢିଥିଲେ ।

ତାଙ୍କ ଏହି ଗସ୍ତ ବେଳେ ତାଙ୍କ ସହ ସିଏମ ଭୁପେଶ ବାଗେଲ ଏବଂ କଂଗ୍ରେସ ରାଜ୍ୟ ଦାୟିତ୍ୱରେ ଥିବା କୁମାରୀ ସେଲଜା ମଧ୍ୟରେ ଟ୍ରେନରେ ନଜର ଆସିଥିଲେ ରାହୁଲ ସାଧାରଣ ଯାତ୍ରୀଙ୍କ ପରି ଟ୍ରେନରେ ଯାତ୍ରା କରିଥିଲେ । ଟ୍ରେନ ଭିତରେ ପିଲାମାଡ଼ଙ୍କ ପାଇଁ ଚକଲେଟ ଚିପ୍ସ ମଧ୍ୟ କିଣିଥିଲେ ରାହୁଲ ।

Leave a Reply

Your email address will not be published. Required fields are marked *