ସ୍ୱର୍ଣ୍ଣ ମନ୍ଦିରରେ ରାହୁଲ,ମାଜିଲେ ବାସନ ଘନେଇଲା ବିବାଦ ..
1 min readପୁଣି ରାହୁଲଙ୍କୁ ନେଇ ଚର୍ଚ୍ଚା । ସେ ବିରୋଧୀ ଦଳର ଚାଲ ହେଉ କିମ୍ବା ରାହୁଲଙ୍କ ଦେଶବାସୀଙ୍କ ପ୍ରତି ଥିବା ଭଲପାଇବା ସବୁବେଳେ କିଛିନା କିଛି କାରଣକୁ ନେଇ ହେଡଲାଇନରେ ଥାନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ନିକଟରେ ରାହୁଲଙ୍କୁ ଏମିତି କିଛି ବିବାଦ ଘନେଇବାରେ ଲାଗିଛି ଯାହା ଆପଣଙ୍କୁ ବିଶ୍ୱାସ ହେବ ନାହିଁ । କାରଣ ରାହୁଲ ମନ୍ଦିରରେ ବାସନ ମାଜିବାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ କିନ୍ତୁ ଜଣେ ମହିଳା ରାହୁଲଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।
ପାଖେଇ ଆସିଲାଣି ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ନିର୍ବାଚନ । ଏହାରି ଭିତରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ପଞ୍ଜାବର ଅମୃତସରରେ ପହଞ୍ଚିଥିଲେ।ସେଠାରେ ସେ ସ୍ୱର୍ଣ୍ଣ ମନ୍ଦିରକୁ ଯାଇ ପୂଜା କରିବା ସହ ସେବାରେ ମଧ୍ୟ ଭାଗ ନେଇଥିଲେ। କିନ୍ତୁ ବର୍ତ୍ତମାନ ରାହୁଲ ଗାନ୍ଧିଙ୍କ ଏହି ଗସ୍ତକୁ ନେଇ ଉତ୍ତେଜନା ଦେଖାଦେଇଛି।
ରାହୁଲ ଗାନ୍ଧି ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ଭିଆଇପି ସ୍ୱାଗତ କରାଯାଇଥିବା ନେଇ ଜଣେ ମହିଳା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ମନ୍ଦିର ପରିସରରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ ସାଇଡ୍ କରି ରାହୁଲ ଗାନ୍ଧିଙ୍କୁ ଆଗକୁ ବଢ଼ିବାକୁ ଦିଆଯାଇଥିଲା ଏବଂ ତାଙ୍କୁ ପୃଥକ ଭାବରେ ଦର୍ଶନ ଦିଆଯାଇଥିଲା।
ଅଭିଯୋଗ ଆଣିଥିବା ମହିଳା ଜଣକ ପ୍ରଶ୍ନ ଉଠାଇଛନ୍ତି। ଗୁରୁଜୀଙ୍କ ଦରବାରରେ ସମସ୍ତେ ସମାନ। ତେବେ ରାହୁଲ ଗାନ୍ଧିଙ୍କୁ ଭିଭିଆଇପି ଟ୍ରିଟ୍ମେଣ୍ଟ କାହିଁକି ଦିଆଗଲା । ଅନ୍ୟପଟେ ରାହୁଲ ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚିବା ପରେ ସେ ଲୋକଙ୍କୁ ଭେଟିଥିଲେ। ଆଉ ଲୋକମାନଙଯକୁ ନିଜ ହାତରେ ପାଣି ପିଆଇଥିଲେ । ଏହି ସମୟରେ ପାଣି ପିଆଇବା ଓ ବାସନ ଧୋଇବା ସେବା କରିଥିଲେ। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧିଙ୍କ ସହ ଗୁରୁଜିତ ସିଂହ ଔଜଲା ଏବଂ ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ସୋନିଙ୍କ ସହ ବହୁ ନେତା ଯୋଗ ଦେଇଥିଲେ।