Pratidin TV

Odisha's Digital News Platform

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଓଡିଶା ଗସ୍ତ….ସାଲେପୁରରୁ ଆରମ୍ଭ ହେବ ପ୍ରଦେଶ କଂଗ୍ରେସର ପ୍ରଚାର

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ସଭାପତି ଜେପି ନାଡା 28 ଏପ୍ରିଲରେ ଓଡିଶାର ବିଭିନ୍ନ ସହରରେ ଜିଲ୍ଲାରେ ରାଲି କରିବେ। ଏଜେକ୍ସି ଅନୁଯାୟୀ କଂଗ୍ରେସ ସାଧାରଣ ସମ୍ପାଦକ ତଥା ଦଳର ଓଡିଶା ଦାୟିତ୍ବରେ ଥିବା ଅଜୟ କୁମାର ଶୁକ୍ରବାର ଦିନ କହିଛନ୍ତି ଯେ ରାହୁଲ ଗାନ୍ଧୀ କଟକ ଜିଲ୍ଲାର ସାଲେପୁରରେ ଏକ ସାଧାରଣ ସଭାକୁ ସମ୍ବୋଧତ କରିବେ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ୪ଟି ଲୋକସଭା ନିର୍ବାଚନମଣ୍ଡଳୀ, କଟକ, କେନ୍ଦ୍ରାପଡା, ଜଜପୁର ଏବଂ ଜଗସିଂହପୁରରେ ଅନୁଷ୍ଠିତ ରାଲିରେ ଯୋଗଦେବେ।

ତେବେ ସୂଚନା ଅନୁସାରେ ରାହୁଲ ଗାନ୍ଧୀ ରବିବାର ଦିନ ଭୁବନେଶ୍ୱର ପହଞ୍ଚି ସେଠାରୁ ହେଲିକେପ୍ଟର ସାହାଯ୍ୟରେ ଦିନ ୧0ଟା ବେଳେ ସାଲେପୁରରେ ପହଞ୍ଚିବେ | ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ କାରରେ ୧୫ କିଲୋମିଟର ଦୂର କୁଳିଆ ପଡିଆକୁ ଯିବେ | ସେଠାରେ କଂଗ୍ରେସ ତରଫରୁ ଆୟୋଜିତ ଜନସମାବେଶ ଦିନ ୧୧ଟା ସୁଦ୍ଧା ସଭାରେ ପହଞ୍ଚି ରାହୁଲ ଗାନ୍ଧୀ କଂଗ୍ରେସ ନେତା, କର୍ମୀ, ଓ ଜନସାଧାରଙ୍କୁ ସମ୍ଭୋଧିତ କରିବେ |

Leave a Reply

Your email address will not be published. Required fields are marked *