Pratidin TV

Odisha's Digital News Platform

ପ୍ରଥମ ଆନିଭର୍ସରୀରେ ଆଥିଆଙ୍କ ସହ ନାହାନ୍ତି ରାହୁଲ , ଏପଟେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ବାପା ଓ ଭାଇ …

1 min read

ମୁମ୍ବାଇ ; ଆଜି ସୁନୀଲ ସେଟ୍ଟି ଝିଅ ଆଥିଆ ସେଟ୍ଟି ଓ କ୍ରିକେଟର କେ.ଏଲ ରାହୁଲଙ୍କ ପ୍ରଥମ ଆନିଭର୍ସରୀ । ଗତବର୍ଷ ଜାନୁଆରୀ ୨୩ ତାରିଖରେ ସୁନୀଲ ସେଟ୍ଟିଙ୍କ ଖଣ୍ଡାଲା ଫାର୍ମହାଉସରେ ମାତ୍ର ୧୦ ୦ ଜଣ ଅତିଥି ମାନଙ୍କ ମଧ୍ୟରେ ବିବାହଟି ସମ୍ପୂର୍ଣ୍ଣ ହୋଇଥିଲା । ଏବଂ ବିବାହର ୨ ଦିନ ପରେ ଆଥିଆ ଓ ରାହୁଲଙ୍କ ଚତ୍ମକାର ଫଟୋ ସବୁ ସାମ୍ନାକୁ ଆସିଥିଲା ।

ତେବେ ଆଜି ଦୁହିଁଙ୍କ ବିବାହକୁ ୧ ବର୍ଷ ପୁରୁଥିବା ନେଇ ଆଥିଆଙ୍କ ଭାଇ ଆହାନ ଓ ବାପା ସୁନିଲ ସେଟ୍ଟି ସୋସିଆଲ ମିଡିଆରେ ଦୁହିଁଙ୍କୁ ଶୁଭେଚ୍ଛା ବାର୍ତ୍ତା ବାଣ୍ଟିଛନ୍ତି ।

Advertisement

କିନ୍ତୁ ଏସବୁ ଭିତରେ ରାହୁଲ ଟେଷ୍ଟ ସିରିଜ୍ ପାଇଁ ପ୍ରାକ୍ଟିସ୍ କରୁଥିବା ଭିଡିଓ ଆଜି ପୋଷ୍‌ଟ କରିଛି ବିସିସିଆଇ । ଯାହାଦ୍ୱାରା ଜଣାପଡୁଛି ଯେ ରାହୁଲ ନିଜ ବିବାହ ବାର୍ଷିକରେ ମଧ୍ୟ ପ୍ରାକ୍ଟିସ୍ ପାଇଁ ବ୍ୟସ୍ତ ଅଛନ୍ତି ।

କିନ୍ତୁ ସେ ତାଙ୍କ ପ୍ରିୟ ପତ୍ନୀ ପାଇଁ ନିଜ ଇଷ୍ଟାଗ୍ରାମରେ ଏକ ଖୁବ୍ ସୁନ୍ଦର ଭିଡିଓ ପୋଷ୍ଟ ମଧ୍ୟ କରିଛନ୍ତି । ଯାହାକୁ ଦେଖି ୟୁଜର୍ସ ମାନେ ପୋଷ୍ଟ ଉପରେ ଅନେକ ପ୍ରେମ ବର୍ଷା କରାଇଛନ୍ତି ।

Leave a Reply

Your email address will not be published. Required fields are marked *