Pratidin TV

Odisha's Digital News Platform

ବାଜିଲା କେନ୍ଦ୍ର ସରକାରଙ୍କ ମୋହର, ଇଡିର ନୂଆ ନିର୍ଦ୍ଦେଶକ ରାହୁଲ ନବୀନ ..

1 min read

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ରାହୁଲ ନବୀନ । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ଇଡ଼ିର ନୂଆ ମୁଖ୍ୟ ଭାବେ ତାଙ୍କ ନାମରେ ମୋହର ମାରିଛି । ଏହି ପଦବୀରେ ସେ ଆସନ୍ତା ୨ ବର୍ଷ ପାଇଁ କାର୍ଯ୍ୟ କରିବେ। ଏ ନେଇ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଜାରି ହୋଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଆଇଆରଏସ୍‌ ରାହୁଲ ନବୀନଙ୍କୁ ଇଡିର ସ୍ଥାନୀୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି। ସେ ଏହି ପଦରେ ଦାୟିତ୍ୱ ନେବା ଠାରୁ ୨ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାର୍ଯ୍ୟ କରିବେ।

ପୂର୍ବରୁ ରାହୁଲ ନବୀନ, ଇଡିର କାର୍ଯ୍ୟକାରୀ ମୁଖ୍ୟ ତଥା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ନିର୍ବାହ କରିଆସୁଥିଲେ । ତେବେ ଆଜି ତାଙ୍କୁ ଭାରତ ସରକାର ପୂର୍ଣ୍ଣକାଳୀନ ଇଡି ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ଇଡି କାର୍ଯ୍ୟକାରୀ ମୁଖ୍ୟ ତଥା ଆଇଆରଏସ୍ ରାହୁଲ ନବୀନଙ୍କୁ ଇଡିର ସ୍ଥାନୀୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି ।

Advertisement

ସେ ଏହି ପଦରେ ଦାୟିତ୍ୱ ନେବା ଠାରୁ ୨ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାର୍ଯ୍ୟ କରିବେ । ପ୍ରକାଶ ଯେ  ୫୭ ବର୍ଷୀୟ ରାହୁଲ ୨୦୧୯ରେ ଇଡିରେ ଜଣେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଯୋଗଦେଇଥିଲେ । ୧୯୯୩ ବ୍ୟାଚ୍‌ର ଆଇଆରଏସ୍ ଅଫିସର ନବୀନଙ୍କୁ ଗତବର୍ଷ ସେପ୍ଟେମ୍ବରରେ ଇଡି କାର୍ଯ୍ୟକାରୀ ମୁଖ୍ୟ ଭାବେ ପଦୋନ୍ନତି ଦିଆଯାଇଥିଲା । ପ୍ରକାଶ, ପୂର୍ବରୁ ସଞ୍ଜୟ କୁମାର ମିଶ୍ରା ଇଡିର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ତେବେ ସରକାରଙ୍କ ପକ୍ଷରୁ ତାଙ୍କ କାର୍ଯ୍ୟକାଳ ଅବଧିକୁ ବାରମ୍ବାର ବୃଦ୍ଧି କରାଯିବାକୁ ସୁପ୍ରିମକୋର୍ଟ ବେଆଇନ୍ ବୋଲି ଦର୍ଶାଇଥିଲେ । ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ କେନ୍ଦ୍ର ସରକାର ରାହୁଲ ନବୀନଙ୍କୁ ଇଡିର କାର୍ଯ୍ୟକାରୀ ମୁଖ୍ୟ ପଦରୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *