Pratidin TV

Odisha's Digital News Platform

ଦିନେ ପାଣ୍ଡବମାନେ କାଟିଥିଲେ ଅଜ୍ଞାତବାସୀ ; ଆଜି ଓଡିଶା ପର୍ଯ୍ୟଟନ ସ୍ଥଳୀରେ ସ୍ଥାନ ପାଇବ ରାଇବଣିଆ ଦୁର୍ଗ ….

ବାଲେଶ୍ୱର ; ସର୍ବ ପୁରାତ୍ତନ ରାଇବଣିଆ ଦୁର୍ଗର ବଦଳିବ ରୂପ ରେଖା । ଓଡିଶା ପର୍ଯ୍ୟଟନ ସ୍ଥଳୀର ପାଇବ ସ୍ଥାନ । ୧୬ କୋଟି ୮୭ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପର୍ଯ୍ୟଟନ ମନ୍ତ୍ରୀ । ଓଡ଼ିଶା ଇତିହାସର ଅନ୍ୟତମ ଅନାଲୋଚୀତ ଇତିହାସ ରାଇବଣିଆ ଦୁର୍ଗ । ପୂର୍ବ ଭାରତର ଅନ୍ୟତମ ବିଶାଳ ଓ ସଂସ୍କୃତି ସମ୍ପନ୍ନ ପ୍ରଚୀନ ଦୁର୍ଗ । ମହାଭାରତ ସମୟର ମତ୍ସ୍ୟ ରାଜ୍ୟର ରାଜଧାନୀ ବିରାଟ ନଗର । ପାଣ୍ଡବ ମାନେ ଏଠାରେ ଏକ ବର୍ଷ ଅଜ୍ଞାତ ବାସ କରିଥିଲେ । ପାଞ୍ଚ ହଜାର ବର୍ଷ ତଳର ଏହି ପ୍ରଚୀନ ଦୂର୍ଗର ଉନ୍ନତି କରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଜିଲ୍ଲାପାଳ।

ଜଳେଶ୍ୱର ବ୍ଲକ ରାଇବଣିଆ ଦୁର୍ଗ କେବଳ ଓଡ଼ିଶାରେ ନୁହେଁ ପୂର୍ବ ଭାରତର ସବୁଠୁ ବଡ଼ ଦୁର୍ଗ। ଏହି ଦୁର୍ଗକୁ ନେଇ ଅନେକ ପୌରାଣିକ ଓ ଐତିହାସିକ ଲୋକ କଥା ରହିଛି। ମାତ୍ର ଏହାକୁ ନେଇ ପ୍ରକୃତ ବିଜ୍ଞାନ ସମ୍ମତ ତଥ୍ୟ ଆଜି ପର୍ଯ୍ୟନ୍ତ ଲୁକ୍କାୟିତ ହୋଇ ରହିଛି।ସେଥି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯୋରଦାର ପ୍ରୟାସ ଆରମ୍ଭ ହୋଇଛି ।

ଗଡ଼ ଭିତରେ ଥିବା ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର ପାଇଁ ସରକାର ୪୦ ଲକ୍ଷ ଟଙ୍କା ଦେଇଥିବା ବେଳେ, ଏହି ଦୁର୍ଗର ରୂପ ରେଖା ବଦଳିବା ସହ ଓଡିଶା ପର୍ଯ୍ୟଟନ ବିଭାଗରେ ଯୋଡି ହୋଇ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ।

ଏଥିପାଇଁ ଆଜି ଓଡିଶା ସରକାରଙ୍କ ଭାଷା ସାହିତ୍ୟ. ସଂସ୍କୃତି,ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର,ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ , ବିଡ଼ିଓ, ତହସିଲଦାର, ଜିଲ୍ଲା ପରିଷଦ ଉପାଦକ୍ଷ୍ୟା, ସରପଞ୍ଚ, ସମିତି ସଭ୍ୟ, ମ୍ୟୂନସିପାଲଟି ଚେୟାରମେନ, ବ୍ଲକ ଚେୟାରମେନ ପ୍ରମୁଖ ଉପସ୍ଥିତ ରହି ବର୍ଣ୍ଣାଢ଼୍ୟ ସମାବେଶରେ ୧୬ କୋଟି ୮୭ ଲକ୍ଷ ଟଙ୍କା ବ୍ୟୟରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି।

ଏହାକୁ ନେଇ ଅଞ୍ଚଳ ବାସୀ ନେତୃତ୍ବ ମଣ୍ଡଳୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ଦୁର୍ଗର ପୁନରୁର୍ଦ୍ଧାର ପାଇଁ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ଦୀର୍ଘ ଦିନ ଧରି ନିଜର ଆପ୍ରାଣ ଚେଷ୍ଟାକୁ ସାକାର କରିବା ସହିତ ଜଳେଶ୍ବରରେ ବହୁ ଉନ୍ନତି ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ସମସ୍ତଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ କହିଥିଲେ। ମନ୍ତ୍ରୀ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଖୁବ ଶୀଘ୍ର ଦୂର୍ଗର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସମାପନ ହେବା ସହ ଓଡ଼ିଶା ପର୍ଯ୍ୟଟନ ବିଭାଗରେ ସ୍ଥାନ ପାଇବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *