Pratidin TV

Odisha's Digital News Platform

ଟଙ୍କା ଗଣି ଗଣି ଥକିଲାଣି ମେସିନ୍ ହେଲେ ସରୁନି ଟଙ୍କାର ପାହାଡ , ୩ୟ ଦିନରେ ବଲାଙ୍ଗିର ଷ୍ଟେଟ ବ୍ୟାଙ୍କରେ ଜାରୀ ରହିଛି ଟଙ୍କା ଗଣତି….

ବଲାଙ୍ଗିର ; ତୃତୀୟ ଦିନରେ ବି ଜାରୀ ରହିଛି ଆୟକର ବିଭା ଗର ଖୋଳତାଡ଼ । ବଲାଙ୍ଗିର ସୁଦପଡା ଦେଶୀ ମଦଭାଟି ଭିତରେ ତିନିଦିନ ହେଲା ଛାନଭିନ କରୁଛନ୍ତି ଆଇ. ଟି ଅଧିକାରୀ । ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ୨୫୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ଏହା ସହିତ ଟିଟିଲାଗଡ଼ ମଦଭାଟି ପଡ଼ାର ଦେଶୀମଦ ଭାଟିରେ ମଧ୍ୟ ଚଢ଼ଉ ଜାରୀ ରହିଛି । ଟିଟିଲାଗଡ଼ରୁ ପ୍ରାୟ ଆଠ କୋଟି ଟଙ୍କା ଜବତ ହୋଇଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଆଜି ମଧ୍ୟ ବଲାଙ୍ଗିର ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାରେ ଜାରୀ ରହିଛି ଗଣତି । ଆଠରୁ ଅଧିକ କର୍ମଚାରି ୬ ଟି ଛୋଟ ମେସିନ ଏବଂ ଗୋଟିଏ ବଡ଼ ମେସିନରେ ଗଣତି ଜାରୀ ରହିଛି । ଆଜି ମଧ୍ୟ ସୁଦପଡା ଦେଶୀ ମଦଭାଟିର ମ୍ୟାନେଜର ରାଜେଶ ସାହୁ ଏବଂ ଅନ୍ୟ ଦୁଇଜଣଙ୍କୁ ବ୍ୟାଙ୍କ ଭିତରକୁ ନିଆଯାଇଛି । ସେମାନଙ୍କ ଉପସ୍ଥିତିରେ ଟଙ୍କା ଗଣତି କରାଯାଉଛି । ଆଜି ଗଣତିକୁ ଆହୁରି ବ୍ୟାପକ କରିବା ପାଇଁ ଅନ୍ୟ ବ୍ୟାଙ୍କ ଗୁଡ଼ିକରୁ ଟଙ୍କା ଗଣତି ମେସିନା ଅଣାଯିବ ବୋଲି ଜଣାପଡିଛି । ଦୁଇ ଦିନରେ ୬ ଟି ବ୍ୟାଗରୁ ଗଣତିରେ କୋଡ଼ିଏ କୋଟି ଟଙ୍କା ବାହାରିଥିବା ଜଣାପଡିଛି । ଟଙ୍କା କାହାର ଏବଂ କୋଉଠୁ ଆସିଛି ସେ ସମ୍ପର୍କରେ, ଆୟକର ବିଭାଗ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ଗତକାଲି ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ସୁଦ୍ ପଡ଼ା ସ୍ଥିତ ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ବେଳେ ଧରାପଡ଼ିଲା ୧୫୦ କୋଟିରୁ ଅଧିକ ନଗଦ ଟଙ୍କା।

Leave a Reply

Your email address will not be published. Required fields are marked *