Pratidin TV

Odisha's Digital News Platform

ଟ୍ରେନ ଦୁର୍ଘଟଣା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

1 min read

ପଶ୍ଚିମବଙ୍ଗ ନ୍ୟୁ ଜଲପାଇଗୁଡିରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍‌। ଫଳରେ ଟ୍ରେନର ୩ଟି ବଗି ଧ୍ବଂସବିଧ୍ବସ୍ତ ହୋଇଯାଇଛି | ତେବେ ସିଗନାଲ ତ୍ରୁଟି ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି | ଏହି ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା |

ଅନ୍ୟପକ୍ଷରେ ମୃତକ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି | ଏହାସହ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧0 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି | କେବଳ ଏତିକି ନୁହେ ଗୁରୁତର ଆହତଙ୍କୁ ପଶ୍ଚିମବଙ୍ଗ ନ୍ୟୁ ଜଲପାଇଗୁଡିରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍‌।

ନମ୍ବର। ରେଲୱେ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରିଥିବା ବେଳେ ବର୍ତ୍ତମାନ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ | ତେବେ ଏହି ଦୁର୍ଘଟଣାରେ ସହାୟତା ନେବା ପାଇଁ ୦୩୩-୨୩୫୦୮୭୯୪, ୦୩୩- ୨୩୮୩୩୩୨୬ ରେ ଆହତଙ୍କ ପରିବାର ଲୋକେ ଯୋଗାଯୋଗ କରିବା ନେଇ ଘୋଷଣା ହୋଇଛି | | ଏହି ଦୁର୍ଘଟଣାରେ NDRF, SDRF ଙ୍କୁ ଯୁଦ୍ଧକାଳୀନଭିତ୍ତିରେ ସମସ୍ତଙ୍କୁ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି | ଗ୍ୟାସ କାତର ସାହାଯ୍ୟରେ ବଗି କଟାଯାଇ ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି |

Leave a Reply

Your email address will not be published. Required fields are marked *