Pratidin TV

Odisha's Digital News Platform

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ! ରେଳ ଯାତ୍ରା ହେବ ମହଙ୍ଗା , ୫ ବର୍ଷ ପରେ ବଢିଲା କୁଲିଙ୍କ ମଜୁରୀ ..

1 min read

ଏବେ ମହାଙ୍ଗା ହୋଇଯିବ ରେଳଯାତ୍ରା । କାରଣ ବଢିଯାଇଛି କୁଲିଙ୍କ ମଜୁରୀ । ଦୀର୍ଘବର୍ଷ ପରେ ରେଲୱେ ବୋର୍ଡ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । କୁଲିଙ୍କର ଆର୍ଥିକ ସ୍ଥିତିର ସୁଧାର ଆଣିବା ପାଇଁ ରେଲୱେ ବୋର୍ଡ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହା ବ୍ୟତୀତ ରେଳ କର୍ମଚାରୀଙ୍କ ପରି ସେମାନଙ୍କୁ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି ।

ନୂଆ ନିୟମ ଅନୁସାରେ କୁଲିଙ୍କୁ ଏବେ ୪୦ କିଲୋଗ୍ରାମ୍ରୁ ଅଧିକ ଓଜନର ସାମଗ୍ରୀ ପରିବହନ ପାଇଁ ୩୪୦ ଟଙ୍କା ମଜୁରୀ ଦେବାକୁ ପଡ଼ିବ । ପୂର୍ବରୁ ଏହାର ମୂଲ୍ୟ ୨୫୦ ଟଙ୍କା ଥିଲା । ସେହିପରି ଷ୍ଟ୍ରେଚରରେ ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ ନେବା ପାଇଁ ମଜୁରୀ ୨୭୦ ଟଙ୍କା ଧାର୍ଯ୍ୟ କରାଯାଇଛି । ପୂର୍ବରୁ ଏହା ୨୦୦ ଟଙ୍କା ଥିଲା । ସେହିପରି ହ୍ୱିଲ୍ ଚେୟାରରେ ବୟସ୍କ ବ୍ୟକ୍ତି ବିଶେଷଙ୍କ ନେବା ପାଇଁ ମଜୁରୀ ଏଣିକି ୧୮୦ ଟଙ୍କା ଦେବାକୁ ପଡ଼ିବ । ପୂର୍ବରୁ ଏହା ୧୩୦ ଟଙ୍କା ଥିଲା ।

ନୂଆ ମଜୁରୀ ଦର ଦେଶର ସମସ୍ତ ରେଲୱେ ଷ୍ଟେସନରେ ଲାଗୁ ହେବ । ‘ଏ-୧’ ଏବଂ ‘ଏ’ ବର୍ଗର ରେଲୱେ ଷ୍ଟେସନରେ ଏହି ନୂଆ ମଜୁରୀ ଲାଗୁ ହେଉଥିବା ବେଳେ ଛୋଟ ଷ୍ଟେସନରେ ମଜୁରୀ କମ୍ ରହିବ । ବୋର୍ଡ କହିଛି ଯେ ଏହା ଦେଶର ୬୮ ଟି ବିଭାଗରେ କାର୍ଯ୍ୟକାରୀ ହେବ । ଅଧିକାରୀ କହିଛନ୍ତି ଯେ ପୋର୍ଟାଲ ହାରର ସମୀକ୍ଷା ଏବଂ ଯୁକ୍ତିଯୁକ୍ତ କରିବାର ଜୋନାଲ ରେଳବାଇର ଜେନେରାଲ ମ୍ୟାନେଜରଙ୍କର ଅଧିକାର ରହିବ ।

Leave a Reply

Your email address will not be published. Required fields are marked *