Pratidin TV

Odisha's Digital News Platform

ଦୁର୍ଗାପୂଜା ପାଇଁ ଅଣ୍ଟା ଭିଡିଲାଣି ରେଳ ମନ୍ତ୍ରଣାଳୟ , ଗଡ଼ିବି ୬ ହଜାର ସ୍ୱତନ୍ତ୍ର ଟ୍ରେନ..

1 min read

ପାଖେଇ ଆସୁଛି ପାର୍ବଣ ଋତୁ । ଏହି ସମୟରେ ଲୋକମାନେ ଅନେକ ଦୂର ସ୍ଥାନକୁ ଯାତ୍ରା କରିଥାନ୍ତି  । ଯାହା ଫଳରେ ନାହିଁ ନଥିବା ଭିଡ଼ର ସମ୍ମୁଖୀନ ହେବାକୁ ପଡିଥାଏ । 6  ପାର୍ବଣ ଋତୁ ଏବଂ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ 6 ହଜାର ପୂଜା ସ୍ପେଶାଲ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ପ୍ରାୟ 1 କୋଟି ଯାତ୍ରୀ ଉପକୃତ ହେବେ ବୋଲି ଶୁକ୍ରବାର ଏକ ସମ୍ମିଳନୀରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ଦଶହରା, ଦୀପାବଳି ଏବଂ ଛଟ୍‌ ପର୍ବକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧା ନିମନ୍ତେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ପାର୍ବଣରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୦୮ ଟ୍ରେନ୍‌ରେ ଅତିରିକ୍ତ ସାଧାରଣ କୋଚ୍‌ ଯୋଡ଼ିବା ପାଇଁ ନିଷ୍ପତ୍ତି ହୋଇଛି। ଗତବର୍ଷ ପାର୍ବଣ ସମୟରେ ରେଳ ବିଭାଗ ପକ୍ଷରୁ 4,429 ସ୍ବତନ୍ତ୍ର ଟ୍ରେନ୍‌ ଚଳାଯାଇଥିବା ବୈଷ୍ଣବ କହିଛନ୍ତି। ପୂଜା ସମୟରେ ଏହା ଏକ କୋଟିରୁ ଅଧିକ ଯାତ୍ରୀଙ୍କୁ ଘରକୁ ନେବା ଆଣିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *