Pratidin TV

Odisha's Digital News Platform

ଆତ୍ମହତ୍ୟା କଲେ ରାଇମୋହନ ପରିଡା: ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

ଭୁବନେଶ୍ୱର: ଓଲିଉଡ୍ ପାଇଁ ଦୁଃଖଦ ଖବର । ସିନେମା ଓ ଯାତ୍ରା ଜଗତରେ ଅନ୍ୟତମ ଶ୍ରେଷ୍ଠ କଳାକାର ରାଇମୋହନ ଆତ୍ମହତ୍ୟା କରିଛନ୍ତି । ରାଇମୋହନଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି ।
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମଞ୍ଚେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଚୀ ମୋହନ ସ୍ଥିତ ଘରୁ ରାଇମୋହନଙ୍କ ଝୁଲନ୍ତା ଶରୀର ଉଦ୍ଧାର କରାଯାଇଛି । ଜଣେ ଲୋକପ୍ରିୟ ଖଳନାୟକ ଭାବେ ସେ ଦର୍ଶକଙ୍କ ଭଲପାଇବା ସାଉଁଟି ପାରିଥିଲେ  । ସିନେମାରେ ଖଳନାୟକ ଭାବେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପରେ ଯାତ୍ରା ଦୁନିଆରେ ପ୍ରବେଶ କରିଥିଲେ  । ବହୁ ବଡ଼ ବଡ଼ ଯାତ୍ରା ପାର୍ଟିରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ  । 

Leave a Reply

Your email address will not be published. Required fields are marked *