Pratidin TV

Odisha's Digital News Platform

ଆସିଲା ରାଇମୋହନଙ୍କକ ପୋଷ୍ଟମର୍ଟମ ରିପୋର୍ଟ: ଜାଣନ୍ତୁ କେମିତି ହୋଇଥିଲା ମୃତ୍ୟୁ(Video)

ଭୁବନେଶ୍ୱର: ଓଲିଉଡ ତଥା ଯାତ୍ରାର ସୁପରଷ୍ଟାର କଳାକାର ରାଇମୋହନ ପରିଡାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରାଇମୋହନଙ୍କ ମୃତ୍ୟୁ କେମିତି ହୋଇଥିଲା ସେ ସମ୍ପର୍କରେ ଦିଆଯାଇଛି ବିସ୍ତୃତ ରିପୋର୍ଟ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ମଞ୍ଚେଶ୍ୱର ଥାନା ପୋଲିସକୁ ଏହି ରିପୋର୍ଟ ହସ୍ତାନ୍ତର କରାଯାଇଛି ।

ରିପୋର୍ଟ ଅନୁସାରେ ଆତ୍ମହତ୍ୟା କରିଥିବା ରାଇମୋହନଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବା କାରଣରୁ ହୋଇଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ହୋଇ ରାଇମୋହନଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ରାଇମୋହନ ଆତ୍ମହତ୍ୟା କରିଥିବା ବେଳେ ବେକରେ ସାମାନ୍ୟ କ୍ଷତ ଚିହ୍ନ ରହିଛି । ତେବେ ଏହି କ୍ଷତ ଚିହ୍ନ ରଶିରେ ଝୁଲିବା କାରଣରୁ ହୋଇଛି । ପ୍ରାଚୀ ମୋହନ ସ୍ଥିତ ଘରୁ ରାଇମୋହନଙ୍କ ଝୁଲନ୍ତା ଶରୀର ଉଦ୍ଧାର କରାଯାଇଥିଲା । ଜଣେ ଲୋକପ୍ରିୟ ଖଳନାୟକ ଭାବେ ସେ ଦର୍ଶକଙ୍କ ଭଲପାଇବା ସାଉଁଟି ପାରିଥିଲେ । ସିନେମାରେ ଖଳନାୟକ ଭାବେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପରେ ଯାତ୍ରା ଦୁନିଆରେ ପ୍ରବେଶ କରିଥିଲେ । ବହୁ ବଡ଼ ବଡ଼ ଯାତ୍ରା ପାର୍ଟିରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ ।

Leave a Reply

Your email address will not be published. Required fields are marked *