ତାତି ପରେ ମିଳିବ ଶାନ୍ତି , ୭ ଓ ୮ ରେ ବର୍ଷା ସମ୍ଭାବନା..
1 min readତତଲା କଡେଇରେ ଭାଜି ହେଉଛି ଓଡିଶା । ଉପାନ୍ତରୁ ଉପକୂଳ ଚାରିଆଡେ ସମସ୍ତେ ତ୍ରାହୀ ତ୍ରାହୀ ଡାକୁଛନ୍ତି ଲୋକେ । ଲାଗୁଛି ଯେମିତି ଆକାଶରୁ ନିଆଁ ବର୍ଷା ହେଉଛି । ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ । ହେଲେ ଏହାରି ଭିତରେ ରାଜ୍ୟବାସ୍ତିଙ୍କୁ ଆଶ୍ୱସ୍ତି । କାରଣ ଏବେ ତାତି ପରେ ମିଳିବ ଶାନ୍ତି । ଏବେ ଭିଜିବ ସାରା ଓଡିଶା । ଆଜି ଠାରୁ ଓଡ଼ିଶାରେ ବଦଳିବ ପାଗ । ପୁଣି ଭିଜିବ ସାରା ଓଡିଶା । ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଛି । ତେଣୁ ପାଣିପାଗ ବିଭାଗ ଆଜି ୩ ଘଣ୍ଟା ପାଇଁ ୪ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏଥିରେ କୁହାଯାଇଛି, ଆଗାମୀ ୩ ଘଣ୍ଟାରେ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପାଗକୁ ଦେଖି ଲୋକମାନେ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।ଆଜି ଭୋରରେ କେନ୍ଦୁଝରରେ ପବନ ଓ ବର୍ଷା ହୋଇଥିଲା । ଅନ୍ୟପକ୍ଷରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱର ଓ ସମ୍ବଲପୁରର ତାପମାତ୍ରା ୩୧.୪ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୧ ଡିଗ୍ରୀ, ପାରାଦୀପରେ ୩୦.୬, ହୀରାକୁଦରେ ୩୦.୪, ରାଉରକେଲାରେ ୩୦, ଝାରସୁଗୁଡ଼ାରେ ୩୦, ପୁରୀରେ ୨୯.୬, ବାଲେଶ୍ୱରରେ ୨୯.୬, ଗୋପାଳପୁରରେ ୨୮.୨ ଓ କେନ୍ଦୁଝରରେ ୨୬ ଡିଗ୍ରୀ ରହିଥିଲା । ଗତକାଲି ରାଜ୍ୟର ୨୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୪ଟିର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ ରହିଥିଲା ।