Pratidin TV

Odisha's Digital News Platform

ବର୍ଷା ବଦଳାଇଲା ବିବାହର ଟ୍ରେଣ୍ଡ ବୁଲଡୋଜରରେ କନ୍ୟା ଘରକୁ ଗଲେ ବରଯାତ୍ରୀ

1 min read

ୟୁପିରେ ବୁଲଡୋଜର ପାଇଁ ଏକ ଭିନ୍ନ ପ୍ରକାରର କ୍ରେଜ ଅଛି | ମଙ୍ଗଳବାର ଦିନ ଗୋରଖପୁରରେ ବିବାହରେ ବରକୁ ଏକ ବୁଲଡୋଜରରେ ଯିବାର ଦେଖିବାକୁ ମିଳିଥିଲା । ବର ବୁଲଡୋଜର ସାମ୍ନାରେ ଲୋଡରରେ ବସିଥିଲେ। ଏହି ଅନନ୍ୟ ବିବାହ ଶୋଭାଯାତ୍ରାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓଟି ଉତ୍ତରପ୍ରଦେଶର ଗୋରଖପୁରରରୁ ଆସିଛି |

ପ୍ରବଳ ବର୍ଷାରେ ଯୋଗୁଁ ବିହାରରେ ବିବାହର ଟ୍ରେଣ୍ଡ ବଦଳି ଯାଇଛି | ବର୍ତ୍ତମାନ ବାର ଦାମୀ ଗାଡି କି ଘୋଡା କି ରଥରେ ନୁହେଁ ବାର ଆସିଛି ବୁଲଡୋଜରରେ | ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଏବେ ବୁଲଡୋଜର ନୂଆ ରାଜ୍ୟ ସିମ୍ବଲ ହୋଇଯାଇଛି |

ତେବେ ସୋସିଆଲ ମିଡିଆରେ ଭିନ୍ନ ବରଯାତ୍ରୀର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଭିଡ଼ିଓରେ ଦେଖିବାକୁ ମିଳିଥିଲା, ବିଦାୟୀ ପରେ କନ୍ୟା ବର ସହ ବୁଲଡୋଜରରେ ବସି ଶ୍ୱଶୁର ଘର ଯାଉଛନ୍ତି | ଏବେ ଏହି ଭିନ୍ନ ଭିନ୍ନ ବିବାହ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି | ରାସ୍ତା ୨ ପାର୍ଶ୍ୱରେ ଲୋକେ ଫୁଲ ମଧ୍ୟ ପକାଉଥିବରଦେଖିବାକୁ ମିଳିଥିଲା | ଏଭଳି ଦୃଶ୍ୟ ମଙ୍ଗଳବାର ଦିନ ଗୋରଖପୁର ଖଜନୀ ତହସିଲର ଉନୱ ନିବାସୀ ମୋହିନ ବର୍ମାଙ୍କ ପୁଅ କୃଷ୍ଣ ବର୍ମାଙ୍କୁ ବାହାଘର ଥିଲା | ଶୁଣିବାକୁ ମିଳୁଛି ଯେ, ମୋହିନ ବର୍ମା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫ୍ୟାନ ଅଟନ୍ତି | ଏଭଳି ଦୃଶ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଖୁବ ଭାଇରାଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *