Pratidin TV

Odisha's Digital News Platform

ଏଥର ଦଶହରାରେ ଭିଜିବ ଓଡିଶା , ଆଗକୁ ଆସୁଛି ୨ ଟି ଲଘୁଚାପ

1 min read

ଭୁବନେଶ୍ୱର : କୋରାନାର ଦୀର୍ଘ ୨ ବର୍ଷପରେ ମାଁଙ୍କ ପାଇଁ ବେଶ୍ ଆଡମ୍ବରରେ ସ୍ୱାଗତ ସଜାସଜି ଚାଲିଛି । କିନ୍ତୁ ଏସବୁ ପରେ ମାଁଙ୍କୁ ସ୍ୱାଗତ ଜଣାଇବ ପ୍ରକୃତି । ମାଙ୍କ ସ୍ୱାଗତରେ ଆସୁଛି ବର୍ଷାରାଣୀ । କିନ୍ତୁ ପ୍ରକୃତିର ଏହି ଆଗମନକୁ ଭକ୍ତମାନେ ଆଦୈ ସହିପାରୁନାହାନ୍ତି । କାରଣ କରୋନା ମହାମାରୀରର ଭୟରେ ଦୀର୍ଘ ୨ ବର୍ଷ ହେବ ମାଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତମାନେ । କାଳର ପରିବର୍ତ୍ତନରେ ତାଙ୍କୁ ମୌକା ମିଳିଛି ମାଙ୍କ ସେଇ ମହିଷାମର୍ଦ୍ଦିନୀ ରୂପର ଦର୍ଶନ କରିବା ପାଇଁ । ୟାଭିତରେ ଡରାଇଲାଣି ଲଘୁଚାପ । ବର୍ଷା ଯୋଗୁ ମାଙ୍କ ଦର୍ଶନରେ ବାଧା ଉପୁଜିବା ନେଇ ଦ୍ୱନ୍ଦରେ ପଡିଯାଇଛନ୍ତି ଭକ୍ତଗଣ ।

ତେବେ ଆଇଏମଡି ଆକଳନ ଅନୁଯାୟୀ ଆଜି ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ଦେଖାଦେବାବେଳେ ,ଗତକାଲି ୨୬ ତାରିଖରେ ଏକ ଘୂର୍ଣ୍ଣିବଳୟ ଆସୁଛି । ଉତ୍ତର ଓ ସଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଏହା ଓଡିଶା ଦେଇ ଗତିକରିପାରେ ବୋଲି ପୂର୍ବଅନୁମାନ କରାଯାଉଛି । ଏହାପରେ ୧/୨ ତାରିଖରେ ଉତ୍ତର ଆନ୍ଧ୍ର ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ହୋଇପାରେ । ତେବେ ଏହା ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବା ସମ୍ଭାବନା ଅଧିକ ରହିଛି ।

Advertisement

ସେହିଭଳି ରାଜ୍ୟରେ ୨୪ ରୁ ୨୯ ତାରିଖ ଭିତରେ ସ୍ୱାଭାବିକ ବର୍ଷା ଦେଖାଦେଇପାରେ । ଏହାପରେ ରାଜ୍ୟରେ ୨୮,୨୯ ତାରିଖକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖାଦେବାର ସମ୍ଭାବନା ରହିଛି । ୩୦ ରୁ ସେପ୍ଟେମ୍ବର ୬ ଯାଏ କେତେକ ଜିଲ୍ଲାରେ ଭାରୀ ବର୍ଷା ଦେଖାଦେବା ବେଳେ କେତେକ ସ୍ଥାନରେ ଏହି ବର୍ଷାର ପରିମାଣ କମ୍ ଦେଖାଯିବ ।ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହୋଇପାରେ । ଏହା ୨୯ ଯାଏ ସକ୍ରିୟ ରହିବ ।

Leave a Reply

Your email address will not be published. Required fields are marked *