Pratidin TV

Odisha's Digital News Platform

ପିପିଲି ଫାଇପ୍-ଟି ମେଡିକାଲ ଛାତରୁ ଗଳୁଛି ବର୍ଷାପାଣି ।

1 min read

ପିପିଲି ; ପିପିଲି ମେଡିକାଲ ରୁପାନ୍ତିକରଣ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ଫାଇପ୍-ଟି ରେ ୨କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟ ମଞ୍ଜୁରୀ କରାଯାଇଥିବା ବେଳେ ମେଡିକାଲ ଘର କାର୍ଯ୍ୟ ସରିବା ମାସେ ନ ପୁରୁଣୁ ରୁପାନ୍ତିକରଣ ଘର ଛାତରୁ ଗଳୁଛି ବର୍ଷାପାଣି । ବର୍ଷା ପାଣି ରେ ସରକାରୀ ମେଡିକାଲ ଚତୁଃପାର୍ଶ୍ଵରେ ପାଣି ପୁଚୁପୁଚୁ ଧାର ଛୁଟୁଛି । ଗତ କିଛିଦିନ ହେବ କାଳବୈଶାଖୀ ବର୍ଷା ପ୍ରଭାବ ରେ ପିପିଲି ସରକାରୀ ମେଡ଼ିକାଲ ର ଫାଇପ୍-ଟି ରୁପାନ୍ତିକରଣ ସରିଥିବା ଘର ର ଛାତ ସିଲିଂ ରୁ ବର୍ଷା ପାଣି ଗଳୁଛି। ଫଳରେ ମେଡିକାଲ କୁ ଆସୁଥିବା ରୋଗୀ ଓ ସାଧାରଣ ଲୋକ ମାନେ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି।

ପିପିଲି ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫାଇପ୍-ଟି ରୁପାନ୍ତିକରଣ କରାଯାଇ ପ୍ରଥମ ପର୍ଯ୍ୟୟରେ ପ୍ରାୟ ୧କୋଟି ୬୩ ଲକ୍ଷ ବ୍ୟୟ ମଞ୍ଜୁର ରେ ଆରମ୍ଭ ହୋଇଥିଲା। ତେବେ କାର୍ଯ୍ୟ ଅବଧି ବଢି ଯିଵାରୁ ଏହା ଦ୍ଵିତୀୟ ପର୍ଯ୍ୟୟରେ ଏହା ୨କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରା ଯାଉଛି ବୋଲି ମେଡିକାଲ ଅଫିସର ବିନୟ କୁମାର ପଣ୍ଡା କହିଛନ୍ତି । ଏହି କାର୍ଯ୍ୟ ପାଇଁ ମେଡିକାଲ ପାର୍ଶ୍ୱ ରେ କୌଣସି ସୂଚନା ଫଳକ କରାଯାଇ ନଥିବାରୁ ଦୁର୍ନୀତି ର ଗନ୍ଧ ବାରି ହେଉଛି। ରୁପାନ୍ତିକରଣ କାର୍ଯ୍ୟ ଆରମ୍ଭ ରେ ମେଡିକାଲ ସମ୍ମୁଖରେ ଥିବା ପଞ୍ଜିକରଣ କେନ୍ଦ୍ର, ଅପେକ୍ଷା ହଲ୍, ଔଷଧ ବିତରଣ କେନ୍ଦ୍ର ଆଦି ସରିଯାଇଥିବା ବେଳେ ଆଜି ବର୍ଷାରେ ଘର ଛାତରୁ ପାଣି ବହାରି ମେଡିକାଲ ଚତୁଃପାର୍ଶ୍ଵରେ ପାଣି ବୋହୁଛି। ମେଡିକାଲ ଘର ଛାତକୁ ନୂତନ ଭାବରେ ନିର୍ମିତ କରିବା ପରିବର୍ତେ ଠିକାଦାର ବହୁ ପୁରାଣ ହୋଇଥିବା ଛାତରେ ଗ୍ରେଡିଂ କରି କାମ ସାରି ଦେଇଛନ୍ତି ।

Advertisement

ଫଳରେ ସାଧାରଣ ଲୋକେ ଏଠାରେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଟେଣ୍ଡର ନେଇଥିବା ଠିକାଦାରଙ୍କ କାର୍ଯ୍ୟ ନିର୍ମାଣ ଶୈଳୀ ନିମ୍ନ ମାନର ହୋଇଥିବା ସାଧାରଣ ରେ ଅଭିଯୋଗ ହୋଉଛି। ଏହି ସମସ୍ୟା ର ପାଇଁ ମେଡିକାଲ କୁ ଆସୁଥିବା ବହୁ ରୋଗୀ ଓ ସାଧାରଣ ଲୋକ ମାନେ ସରକାର ଙ୍କ କୋଟି କୋଟି ଟଙ୍କା ପାଣି ରେ ପଡୁ୍ଛି ବୋଲି କହୁଛନ୍ତି। ଦାଇତ୍ୱରେ ଥିବା ଯନ୍ତ୍ରୀ ଠିକାଦାର ଙ୍କ ସହ ମିଲିଭଗତ ରେ ଉକ୍ତ କାର୍ଯ୍ୟ ଗୁଡିକୁ ଉପଯୁକ୍ତ ତଦାରଖ ନକରି ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ଏଭଳି ସମସ୍ୟା ଦେଖାଦେଉଛି ବୋଲି ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ପିପିିଲି ବ୍ଳକ ମେଡିକାଲ ଅଫିସର ଶ୍ରୀ ଯୁକ୍ତ ପଣ୍ଡା ଙ୍କୁ ପଚାରିବାରେ ସେ ଏନେଇ ସିଡିଏମଓ ଙ୍କୁ ଅବଗତ କରାଇବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *