Pratidin TV

Odisha's Digital News Platform

ଘନ କୁହୁଡି ସହ ଆସୁଛି ବର୍ଷା ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନ। ..

1 min read

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଦଳୁଛି ପାଣିପାଗ । ନିକଟରେ ସପ୍ତାହେ ହବ ରାଜ୍ୟରେ ଗାଁଠୁ ଆରମ୍ଭ କରି ସହର ଯାଏଁ ସକାଳ ୯ ଟାଯାଏ ଢାଙ୍କି ହୋଇ ରହୁଛି ଘନକୁହୁଡି । ତେବେ ଆଗକୁ ଅହୁରି ୨୪ ଘଣ୍ଟା ଯାଏ ଉପକୂଳ ଜିଲ୍ଲା ଗୁଡିକରେ ଘନକୁହୁଡି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମଙ୍ଗଳବାର ଅର୍ଥାତ୍ ଆଜି ରାତି ଭିତରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, କଟକ, ଢେଙ୍କାନାଳ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଆସନ୍ତାକାଲି ,ବୁଧବାର ଦିନ କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡା, ଭଦ୍ରକ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ଦେକାଦେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Advertisement

ଅନ୍ୟପଟେ କୁହୁଡ଼ି ନେଇ ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ଗଂଜାମ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଏହି ସମୟରେ ୫୦ରୁ ୨୦୦ ମିଟର ରହିପାରେ ଭିଜିବିଲିଟି ।

Leave a Reply

Your email address will not be published. Required fields are marked *