Pratidin TV

Odisha's Digital News Platform

ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ; ଭୀଷଣ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଯୋଗୁଁ ତେଲେଙ୍ଗାନାରେ ସ୍କୁଲ ଛୁଟି ଘୋଷଣା

ଦୁଇ ଦକ୍ଷିଣୀ ରାଜ୍ୟରେ ଜଳପ୍ରଳୟ। ଲଗାଣ ବର୍ଷାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ଗାଡିମୋଟର ଚାଲିବା ରାସ୍ତାରେ ଡଙ୍ଗା ଚାଲୁଛି। କେଉଁଠି ରାସ୍ତାଘାଟ ଧୋଇ ହୋଇଯାଇଛି ତ ଆଉ କେଉଁଠି ଟ୍ରେନ ଲାଇନ ରେ ପାଣି ପଶିଯାଇଛି। ଭୀଷଣ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ | ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି କରାଯାଇଛି।

ଲଘୁଚାପ ଯୋଗୁଁ ତେଲଙ୍ଗାନାରେ ପାଗ ଖରାପ ରହିବା ସହ ବର୍ଷା ଜାରି ରହିଛି। ପ୍ରବଳ ବର୍ଷାକୁ ନେଇ ରେଡଆଲର୍ଟ ଦୃଷ୍ଟିରୁ ଆଜି ତେଲାଙ୍ଗାନାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବନ୍ଦ ରହିବ ସରକାରୀ ଓ ଘରୋଇ ପ୍ରତିଷ୍ଠାନ। ଶିଶୁମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବା ଲାଗି ଅଭିଭାବକଙ୍କୁ ଦିଆଯାଇଛି ପରାମର୍ଶ।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଭୂସ୍ଖଳନ ଘଟିବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଶହ ଶହ ଗାଁ ଜଳବନ୍ଦୀ ହୋଇଥିବାବେଳେ ବହୁ ଧନଜୀବନ ହାନୀ ଘଟିଛି। ବିଭିନ୍ନ ସ୍ଥାନରେ ରାସ୍ତା ବୁଡି ରହିଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଟ୍ରେନ ଓ ବିମାନ ସେବା ପ୍ରଭାବିତ ହୋଇଛି।

Leave a Reply

Your email address will not be published. Required fields are marked *