Pratidin TV

Odisha's Digital News Platform

ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ, ଭୀଷଣ ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ଆଲର୍ଟ

1 min read

ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ | ବୁଡ଼ିଯିବ ୫ ଜିଲ୍ଲା |ଆଜି ମଧ୍ୟାହ୍ନରେ ପୁରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି | ବର୍ତ୍ତମାନ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି | ଗତ ୬ ଘଣ୍ଟା ହେବ ୭ କିମି ବେଗରେ ଗତି କରୁଛି ଗଭୀର ଅବପାତ | ତେବେ ପ୍ରବଳ ବର୍ଷା ଥିବା କାରଣରୁ ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର |

ପ୍ରବଳ ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳ ପାଣି ଆସିବାର ସମ୍ଭାବନ ରହିଛି | ଏନେଇ ସ୍ଥାନୀୟ ପ୍ରଶାସନ ସ୍ଥିତ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ସତର୍କ ସୂଚନା କରାଯାଇଛି | ଏହାସହ ଖୋର୍ଦ୍ଧା, ପୁରୀ ସମେତ ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ସେହିପରି ରାଜ୍ୟ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୫ ଜିଲ୍ଲାକୁ ରେଡି ୱାର୍ଣ୍ଣିଂ ଜାରି କରାଯାଇଛି | ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋପାଳପୁର, ପୁରୀକୁ ୩ ନଂ ଧାମରା ଓ ପାରାଦୀପକୁ ୧ ନଂ ବିପଦ ସଂକେତ ଜାରି ହୋଇଛି | ତେବେ ପୁରୀ ଠାରୁ ୧୧0 ଓ ଗୋପାଳପୁର ଠାରୁ ୧୫0 ଓ ପାରାଦୀପ ଠାରୁ ୧୬0 କିମି କେନ୍ଦ୍ରୀଭୂତ ରହିଛି | ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଆଗାମୀ ୩ ଘଣ୍ଟା ପାଇଁ ମାଲକାନଗିରି, କୋରାପୁର, ରାୟଗଡା, ସୁବର୍ଣ୍ଣପୁର, ନବରଙ୍ଗପୁର, ବଲାଙ୍ଗୀରି, ଗଜପତି, ଜିଲ୍ଲା ପାଇଁ ୱାରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି | ତେବେ ସେପଟେ ମାଲକାନଗିରିରେ ଲଗାଣ ବର୍ଷା ଜାରି ରହିଛି |

Leave a Reply

Your email address will not be published. Required fields are marked *