Pratidin TV

Odisha's Digital News Platform

ରାୟପୁର: ସାରନାଥ ଏକ୍ସପ୍ରେସରେ ଗୁଳି ଚାଳନା, ଆରପିଏଫ ଯବାନଙ୍କ ଚାଲିଗଲା ଜୀବନ…

1 min read

ଛତିଶଗଡ଼ର ରାୟପୁରସ୍ଥିତ ସାରନାଥ ଏକ୍ସପ୍ରେସ୍ ରେ ଗୁଳି ଚାଳନା | ସାରନାଥ ଏକ୍ସପ୍ରେସରେ ଗୁଳି ମାଡ଼ରେ ଜଣେ ଆରପିଏଫ ଯବାନଙ୍କର ମୃତ୍ୟୁ ଘଟିଥିଲା | ଏହି ଘଟଣା ଘଟିଛି ରାୟପୁର ରେଳ ଷ୍ଟେସନରେ | ଏହା ସକାଳ ପ୍ରାୟ ୬ଟା ବେଳକୁ ଘଟିଥିଲା | ବର୍ତ୍ତମାନ ପର୍ଯ୍ୟନ୍ତ ଆରପିଏଫ ଯବାନ ତଥା କନଷ୍ଟେବଳରେ କାର୍ଯ୍ୟରତ ଥିବା ମୃତକଙ୍କ ନାମ ଦୀନେଶ ଚାନ୍ଦ ବୋଲି କୁହାଯାଉଛି।ଟ୍ରେନରେ ଥିବା ଯାତ୍ରୀ ମହମ୍ମଦ ଦାନିଶଙ୍କୁ ମଧ୍ୟ ଗୁଳି ବାଜିଛି। ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଦାନିଶ ଚିକିତ୍ସିତ ହେଉଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି।

ଗତ ବର୍ଷ ମଧ୍ୟ ରେଳ ସୁରକ୍ଷା କର୍ମୀ ଆରପିଏଫର କନଷ୍ଟେବଳ ଥିବା ଚେତନ ସିଂ ମହାରାଷ୍ଟ୍ରର ଏକ ଚଳନ୍ତା ଟ୍ରେନରେ ତାଙ୍କର ବରିଷ୍ଠ ସହକର୍ମୀ ଏବଂ ତିନି ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଯାଇଥିଲା। ଯାତ୍ରୀମାନେ ମୀରା ରୋଡ ଷ୍ଟେସନ ମୁମ୍ବାଇ ଉପାନ୍ତ ନେଟୱାର୍କରେ ନିକଟରେ ଟ୍ରେନକୁ ଅଟକାଇବା ପାଇଁ ଚେନ ଟାଣିଥିଲେ, ଯାହାପରେ ଖସିଯିବାକୁ ଚେଷ୍ଟା କରୁଥିବା ଚେତନ ସିଂ ଧରାପଡିଯାଇଥିଲା ଏବଂ ତାଙ୍କ ଅସ୍ତ୍ର ମଧ୍ୟ ଜବତ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *