Pratidin TV

Odisha's Digital News Platform

ଯିଏ ଭୋଟ ଦେଉନି ତାର ଟିକସ ବଢାଯାଉ  : ପରେଶ ରାୱଲ ..

ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ ଶେଷ ହୋଇଛି ।  ଗତକାଲି ମହାରାଷ୍ଟ୍ରର ୧୩ ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା । ଗଣତନ୍ତ୍ରର ଏହି ମହାପର୍ବରେ ମୁମ୍ବାଇରେ ଅନେକ ବଲିଉଡ୍‌ ସେଲିବ୍ରିଟି ନିଜ ମତଦାନ କରିଥିଲେ । ବଲିଉଡ୍‌ର ଭେଟେରାନ ଅଭିନେତା ତଥା ପୂର୍ବତନ ଏମ୍‌ପି ପରେଶ ରାୱଲ ମଧ୍ୟ ସୋମବାର ଭୋଟ୍‌ ଦେଇଥିଲେ । ଭୋଟ୍‌ ଦେବାପରେ   କମ୍‌ ମତଦାନ ହେଉଥିବା ନେଇ ପରେଶଙ୍କୁ କିଛି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ଭୋଟ ଦେଉ ନ ଥିବା ବ୍ୟକ୍ତିଙ୍କ ଉପରେ ଏହି ବରିଷ୍ଠ ଅଭିନେତା ବିରକ୍ତି ପ୍ରକାଶ କରିଥିଲେ । ଯେଉଁମାନେ ଭୋଟ୍‌ ଦେଉନାହାନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଆବଶ୍ୟକ ବୋଲି ପରେଶ କହିଥିଲେ । ଯାହାର  ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହିଛନ୍ତି, ” ଯେଉଁମାନେ ଭୋଟ୍‌ ଦେବାକୁ ଯାଉନାହାନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବା ଉଚିତ, ଯାହାଫଳରେ ଲୋକମାନେ ଅଧିକ ସଂଖ୍ୟାରେ ଭୋଟ୍‌ ଦେବାକୁ ଆସିବେ। କିଛି ଲୋକ କହୁଛନ୍ତି ସରକାର କିଛି କରନ୍ତି ନାହିଁ, କିନ୍ତୁ ଏଥିପାଇଁ ଲୋକଙ୍କୁ ଅଧିକ ସଂଖ୍ୟାରେ ଆସି ଭୋଟ ଦେବାକୁ ପଢ଼ିବ। ଯଦି କିଛି ମତଦାତା ଭୋଟ ଦେବେ ନାହିଁ, ତେବେ ସରକାରଙ୍କୁ ପ୍ରଶ୍ନ ପଚାରିବାକୁ ସେମାନଙ୍କର କୌଣସି ମଧ୍ୟ ଅଧିକାର ନାହିଁ। ଯେଉଁମାନେ ଭୋଟ୍‌ ଦେଉ ନାହାନ୍ତି ସେମାନଙ୍କ ଟିକସ ବଢାଇ ଦିଆଯାଉ କିମ୍ବା ସେମାନଙ୍କ ପାଇଁ ଅନ୍ୟ କୌଣସି ଦଣ୍ଡ ବିଧାନ କରିବାର ବ୍ୟବସ୍ଥା କରାଯାଉ ।

Leave a Reply

Your email address will not be published. Required fields are marked *