Pratidin TV

Odisha's Digital News Platform

‘UT 69’ର ଟ୍ରେଲର ଲଞ୍ଚ ବେଳେ ଭାବପ୍ରବଣ ହେଲେ ରାଜ କୁନ୍ଦ୍ରା…

1 min read

ଚଳିତ ବର୍ଷ ନଭେମ୍ବର ୨ରେ ରିଲିଜ ହେବାକୁ ଯାଉଛି ‘UT 69 । ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରଙ୍କ ଜିବନୀ ଉପରେ ଚଳଚିତ୍ରଟି ଆଧାରିତ ହୋଇଛି । ଅକ୍ଟୋବର ୧୮ ରେ ‘UT 69′ ର ଟ୍ରେଲର ରିଲିଜ ହୋଇଥିବା ବେଳେ ଲଞ୍ଚ ଇଭେଣ୍ଟରେ ରାଜ କୁନ୍ଦ୍ରା ଭାବପ୍ରବଣ ହୋଇଥିଲେ । କାରଣ ଏହି ଚଳଚିତ୍ରଟି ରାଜ କୁନ୍ଦ୍ରା ଅଶ୍ଳୀଳ କାହାଣୀ ପ୍ରଡ୍ୟୁସ କରିବା ଅଭିଯୋଗରେ ଜେଲରେ ଥିବାର ଅନୁଭୂତି ଦର୍ଶାଯାଇଛି । ଆଉ ଏଥିରେ ସେ ନିଜେ ମଧ୍ୟ ଅଭିନୟରେ ଡେବ୍ୟୁ କରିଛନ୍ତି । ତେବେ ରାଜଙ୍କ ପରିବାରକୁ ଟାର୍ଗେଟ କରୁଥିବା ଟ୍ରୋଲ ଏବଂ ଜେଲରେ ବିତିଥିବା ଦିନ ଗୁଡିକ ବିଷୟରେ ସେ ବର୍ଣ୍ଣନା କରି କହିଛନ୍ତି, ଯାହା ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିବ । କାରଣ ଅନ୍ୟ କୈାଣସି ଜିନିଷ ଅପେକ୍ଷା ଏହା ମୋ ପରିବାର ପାଇଁ ଅଧିକ ଯନ୍ତ୍ରଣାଦାୟକ ଥିଲା । ତେବେ ‘UT 69′ ହେଉଛି ଏକ ଆଗାମୀ ଚଳଚ୍ଚିତ୍ର ଯାହାକି ରାଜ କୁଣ୍ଡ୍ରାଙ୍କ ଜେଲରେ ଥିବା ସମୟ ଏବଂ ସେ କିପରି ପରିବେଶରେ ଆଡଜଷ୍ଟ କରିଥିଲେ ତାହା ଦର୍ଶାଯାଇଡ଼ି । ଚଳଚ୍ଚିତ୍ର ନିର୍ମାତା ଫରାହ ଖାନ ଏବଂ ହାସ୍ୟ ଅଭିନେତା-ରାପର ମୁନାୱାର ଫାରୁକିଙ୍କୁ ନେଇ ଅକ୍ଟୋବର ୧୦ ରେ, ରାଜ ଆନୁଷ୍ଠାନିକ ଭାବେ ଏକ ହାସ୍ୟସ୍ପଦ ଭିଡିଓ ସେୟାର କରି ଏହି ପ୍ରକଳ୍ପ ଘୋଷଣା କରିଥିଲେ । ଏହି ଫିଲ୍ମ ନଭେମ୍ବର ୨ ରେ ମୁକ୍ତିଲାଭ କରିବ । ‘UT 69′ ଆର୍ଥର୍ ରୋଡ୍ ଜେଲରେ ଥିବା ସମୟରେ ରାଜ କୁନ୍ଦ୍ରାଙ୍କ ବାସ୍ତବ ଜୀବନର ଅନୁଭୂତି ଉପରେ ଏକ ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣ ପ୍ରଦାନ କରିବ । ଏକ ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ହୋଇ ଚଳଚ୍ଚିତ୍ରଟି ତାଙ୍କ ଜୀବନରୁ ଏହି ନିର୍ଦ୍ଦିଷ୍ଟ ପର୍ଯ୍ୟାୟକୁ ଜୀବନ୍ତ କରିବ । ଯାହାକୁ ସେ ସବୁଠାରୁ ଚ୍ୟାଲେଞ୍ଜିଂ ବୋଲି ବର୍ଣ୍ଣନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *