Pratidin TV

Odisha's Digital News Platform

ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ, ୨୦୨୪ ନିର୍ବାଚନକୁ ନେଇ ମିଳିବ କି ନୂଆ ବଡ ଦାୟିତ୍ୱ ?

1 min read

ଭୁବନେଶ୍ୱର: ଉପବାଚସ୍ପତି ପଦ ଛାଡ଼ିଲେ ବିଜେଡି ବିଧାୟକ ରଜନୀକାନ୍ତ ସିଂ । ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କଲେ ରଜନୀକାନ୍ତ । ୨୦୦୪ରୁ ଲଗାତର ଅନୁଗୋଳ ବିଧାନସଭା ଆସନରୁ ଜିତୁଛନ୍ତି ରଜନୀକାନ୍ତ । ୨୦୧୯ ଜୁନରୁ ବିଧାନସଭାର ଉପ ବାଚସ୍ପତି ଭାବେ କାର୍ଯ୍ୟ କରି ଆସୁଥିଲେ । ବିଧାନସଭା ଶୀତ କାଳୀନ ଅଧିବେଶନ ଆସନ୍ତା ୨୧ରୁ ଆରମ୍ଭ ହେବାକୁ ଯାଉଛି । ତା ପୂର୍ବରୁ ଉପ ବାଚସ୍ପତିଙ୍କ ଇସ୍ତଫା ପରେ ପରବର୍ତ୍ତୀ ଉପ ବାଚସ୍ପତି କିଏ ହେବେ ତାହାକୁ ନେଇ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ୨୦୨୪ ନିର୍ବାଚନ ପାଇଁ ବିଜେଡିରେ ବଡ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ରଜନୀକାନ୍ତ ସିଂ ୪ଥର ବିଧାୟକ ହୋଇ ସାରିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ସେ ପଦ ଛାଡ଼ିବା ନେଇ ଅନେକ ଚର୍ଚ୍ଚା ଜୋର୍ ଧରିଥିବା ବେଳେ, ସେ କାହିଁକି ଇସ୍ତଫା ଦେଲେ ତାହା ପ୍ରତିକ୍ରିୟା ରଖି ସ୍ପଷ୍ଟ କରିଛନ୍ତି ରଜନୀକାନ୍ତ ସିଂ । ରଜନୀକାନ୍ତ କହିଛନ୍ତି, ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି । ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଇଛି । ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ମୁଁ ଇସ୍ତଫା ଦେଇଛି । ସଙ୍ଗଠନ ଓ ଦଳୀୟ ଲୋକଙ୍କ ସହ ମିଶିବାକୁ ଇସ୍ତଫା ଦେଲି । ଏହା ହଠାତ୍ ନିଷ୍ପତ୍ତି ନୁହେଁ, ବହୁ ଦିନର ନିଷ୍ପତ୍ତି ।

Advertisement

Leave a Reply

Your email address will not be published. Required fields are marked *