Pratidin TV

Odisha's Digital News Platform

ସକାଳୁ ଆରମ୍ଭ ହୋଇଯାଇଛି ରାଜସ୍ଥାନ ବିଧାନସଭା ପାଇଁ ମତଦାନ, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫କୋଟି ଜନତା..

1 min read

ଜୟପୁର: ରାଜସ୍ଥାନ ବିଧାନସଭା ଲାଗି ଆଜି ମତଦାନ ଆରମ୍ଭ ହୋଇ ସାରିଛି । କଡା ସୁରକ୍ଷା ଭିତରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ୧୯୯ଟି ବିଧାନସଭା ଆସନରେ ୧୮୬୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫ କୋଟି ୨୫ ଲକ୍ଷ ଜନତା । ତେବେ ରାଜସ୍ଥାନରେ ଏଥରକ୍ଷମତା ପରିବର୍ତ୍ତନ ହେବ କି କଂଗ୍ରେସ ପୁଣିଥରେ ସରକାର ଗଢିବ ତାହା ଡିସେମ୍ବର ୩ରେ ଜଣାପହିବ । ଚଳିତ ନିର୍ବାଚନରେ କଂଗ୍ରେସ ଓ ବିଜେପି ମୁଖ୍ୟ ପ୍ରତିଦ୍ୱନ୍ଦୀ ରହିଥିବାବେଳେ ବିଏସପି ଓ ଆପ୍ ମଧ୍ୟ ପ୍ରାର୍ଥୀ ଦେଇଛନ୍ତି । ଗୋଟିଏ ପର୍ଯ୍ୟାୟରେ ମୋଟ ୨୦୦ ଆସନରୁ ୧୯୯ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଗଙ୍ଗାନଗର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କନୌରଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ମତଦାନ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧ ଲକ୍ଷ ୭୦ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ।

ଯେଉଁଥିରେ ରାଜସ୍ଥାନ ପୋଲିସର ୭୦ ହଜାରରୁ ଅଧିକ ଯବାନ ରହିଛନ୍ତି । ସେହିପରି ୧୮ ହଜାର ହୋମଗାର୍ଡ, ୨ ହଜାର ରାଜସ୍ଥାନ ବୋର୍ଡର ହୋମଗାର୍ଡ, ଅନ୍ୟ ରାଜ୍ୟ ତଥା ଉତ୍ତର ପ୍ରଦେଶ, ଗୁଜରାଟ, ହରିୟାଣା, ମଧ୍ୟପ୍ରଦେଶରୁ ୧୫ ହଜାର ହୋମଗାର୍ଡ ଏବଂ ଆରଏସିର ୧୨୦ କମ୍ପାନୀ ସାମିଲ୍ ରହିଛନ୍ତି । ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ମୋଟ ୧ଲକ୍ଷ ୨ହଜାର ୨୯୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ୫ ବର୍ଷ ଧରି ଏଠାରେ କଂଗ୍ରେସ କ୍ଷମତାରେ ରହିଆସିଛି । ପୁଣିଥରେ ଦଳ ସରକାର ଗଠନ ପାଇଁ ସବୁ ଜୋର ଲଗାଇ ଦେଇଛି ।

Advertisement

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଅଶୋକ ଗେହଲଟ୍ ବହୁ ନିର୍ବାଚନୀ ରାଲି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା । ଡିସେମ୍ବର ୩ ତାରିଖରେ ନିର୍ବାଚନ ଫଳାଫଳ ଆସିବ । ଏହି ନିର୍ବାଚନରେ ମୁକ୍ୟମନ୍ତ୍ରୀ ଅଶୋକ ଗେହଲେଟ ,ସଚିନ ପାଇଲଟ ,ବସୁନ୍ଧରା ରାଜେଙ୍କ ପରି ୧୮୬୨ ପ୍ରାର୍ଥୀଙ୍କ ଭାଗ୍ୟ ଚୟନ ହେବ । ରାଜସ୍ଥାନରେ ମୋଟ ୨୦୦ ବିଧାନସଭା ଆସନ ଅଛି । ଏଥିମଧ୍ୟରୁ ୧୯୯ଟି ଆସନରେ ଭୋଟ ଦିଆଯାଉଛି କାରଣ ଶୀଗଙ୍ଗାନଗରର କରଣପୁର ସିଟ ର କଂଗ୍ରେସ ପ୍ରାର୍ଥୀ ଗରୁମିତ ସିଂ କୁନରଙ୍କ ଦେହାନ୍ତ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *