Pratidin TV

Odisha's Digital News Platform

ପୋଷାକ ଖୋଲି ମହିଳାଙ୍କୁ କ୍ଷତ ଦେଖାଇବାକୁ କହିଲେ ଜଜ୍ , ରୁଜୁ ହେଲା ମାମଲା ..

1 min read

କଥାରେ ଅଛି ବାଡ଼ ଯଦି କ୍ଷେତ ଖାଇବ , ତାହା ହେଲେ କାହାକୁ କହିବ । ନ୍ୟାୟାଧୀଶ ଆସନରେ ବସି ନ୍ୟାୟ କରିଥାନ୍ତି ମାଜିଷ୍ଟ୍ରେଟ୍ । ସେଥିପାଇଁ ନ୍ୟାୟ ପାଇଁ ଦୌଡ଼ି ଯାଇଥାନ୍ତି ସମସ୍ତେ । ହେଲେ ସେହି ଜଜ ମହାଶୟ ଏମିତି କିଛି କରିଛନ୍ତି ଯେଉଁଥିପାଇଁ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ସୂଚନାନୁଯାୟୀ

ବୟାନ ରେକର୍ଡ ବେଳେ କୁକୁର୍ମ ରେ ପୀଡ଼ିତାଙ୍କୁ ପୋଷାକ କାଢ଼ି କ୍ଷତ ଦେଖାଇବାକୁ କହିଲେ ମାଜିଷ୍ଟ୍ରେଟ୍ । ଏହାପରେ ରୁଜୁ ହେଲା ଏତଲା ।ମାର୍ଚ୍ଚ ୩୦ରେ ରାଜସ୍ଥାନରେ ଏହି ଘଟଣା ଘଟିଥିଲା । କୁକୁର୍ମ ଶିକାର ହେବା ପରେ ପୀଡ଼ିତା ବୟାନ ରେକର୍ଡ କରିବାକୁ ମାଜିଷ୍ଟ୍ରେଟଙ୍କ ପାଖକୁ ଯାଇଥିଲେ । ଏହି ସମୟରେ ତାଙ୍କ ସହ ଏଭଳି ଘଟଣା ଘଟିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତଜଣକ ତାଙ୍କ ବିବୃତି ରେକର୍ଡ କରିବାକୁ ଆସିଥିଲେ । ପୂରା ଘଟଣା ବିଷୟରେ କହିସାରିବା ପରେ ସେ ତାଙ୍କୁ ଆଘାତ ଦେଖାଇବାକୁ କହିଥିଲେ । ଆଘାତ ଦେଖାଇବା ଅସମ୍ଭବ ବୋଲି ପୀଡ଼ିତା କହିବାରୁ ପୋଷାକ ଖୋଲି ଆଘାତ ଦେଖାଅ ବୋଲି କହିଥିଲେ ମାଜିଷ୍ଟ୍ରେଟ୍ । ପୀଡିତା ଏହାକୁ ବିରୋଧ କରି କହିଥିଲେ, ଏଭଳି ଜଣେ ମାଜିଷ୍ଟ୍ରେଟଙ୍କ ଆଗରେ ପୋଷାକ କାଢ଼ିବାକୁ ସେ ଅସହଜ ମନେ କରୁଛନ୍ତି । ମହିଳା ବିଚାରପତି ଉପସ୍ଥିତ ଥିଲେ ସେ ଏପରି କରିଥାନ୍ତେ ବୋଲି କହିଥିଲେ । ଏହା ଶୁଣି ବି ଅଭିଯୁକ୍ତ ବାଧ୍ୟ କରିବାରୁ ପୀଡ଼ିତା ତାଙ୍କ ବିରୋଧରେ ଏତଲା ରୁଜୁ କରିଥିବା କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *